#ସାଂସଦ_ଅପରାଜିତା_ଷଡଙ୍ଗୀଙ୍କ_ନାମରେ_ଥାନାରେ_ମାମଲା ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି । କୋଭିଡ କଟକଣା ଉଲଂଘନ ଅଭିଯୋଗରେ ଭୁବନେଶ୍ୱର କ୍ୟାପିଟାଲ ଥାନାରେ ସାଂସଦଙ୍କ ନାମରେ ଏତଲା ଦିଆଯାଇଛି । ସାଂସଦ ବାହାରୁ ଭୁବନେଶ୍ୱର ଆସିବା ପରେ କୋଭିଡ କଟକଣାକୁ ନମାନି କର୍ମୀଙ୍କ ସହ ମିଳାମିଶା କରଛନ୍ତି । ସାମାଜିକ ଦୂରତା ପାଳନ କରିନାହାନ୍ତି, ମାସ୍କ ନ ପିନ୍ଧି ଦଳୀୟ କର୍ମୀଙ୍କ ସହ ଜନ୍ମଦିନ ବି ପାଳନ କରିଛନ୍ତି ବୋଲି ଅଭିଯୋଗରେ ଦର୍ଶାଯାଇଛି ।
ଅନ୍ୟପକ୍ଷରେ ସାମାଜିକ ଦୂରତାକୁ ପାଳନ କରି ନ ଥିବାରୁ ନିଜ ଆଡୁ ଜରିମାନା ଦେଇଛନ୍ତି ଭୁବନେଶ୍ୱର ସାଂସଦ । ଏସମ୍ପର୍କରେ ସେ ଟୁଇଟ୍ କରି ସୂଚନା ଦେଇଛନ୍ତି ।
୨ ଦିନ ପୂର୍ବେ ଦଳରୁ ଇସ୍ତଫା ଦେଇଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଘରକୁ ଯାଇଥିଲେ ଅପରାଜିତା ଷଡଙ୍ଗୀ । ସେଠାରେ ମଧ୍ୟ ସାମାଜିକ ଦୂରତାକୁ ମାନି ନ ଥିଲେ କି ମୁହଁରେ ମାସ୍କ ପିନ୍ଧି ନ ଥିବା ଏତଲାରେ ଦର୍ଶାଯାଇଛି । ସାଂସଦଙ୍କ କରୋନା କଟକଣାକୁ ଉଲ୍ଲଂଘନ କରିବା ସମାଜରେ ଭୁଲ ବାର୍ତା ଯାଉଛି । ତେଣୁ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଏତଲା ଦେଇଛନ୍ତି ଅଭିଯୋଗକାରୀ ଯୋଗେଶ ଚନ୍ଦ୍ର ଜେନା ଓ ମଲିକ ସମିମ୍ ଅଖତର ।