କେବଳ ୨ଟି ବର୍ଗର ବ୍ୟକ୍ତିମାନଙ୍କର ହେବ ମାଗଣା କରୋନା ପରୀକ୍ଷା

ଚାକିରରେ ସଂରକ୍ଷଣ ମୌଳିକ ଅଧିକାର ନୁହେଁ – ସୁପ୍ରିମକୋର୍ଟ

ଦେଶ -ବିଦେଶ ବଡ ଖବର

ନୂଆଦିଲ୍ଲୀ : ଚାକିରି କ୍ଷେତ୍ରରେ ସଂରକ୍ଷଣ ଲାଗୁ କରିବା ମୌଳିକ ଅଧିକାର ନୁହେଁ ବୋଲି ସୁପ୍ରିମ କୋର୍ଟ କହିଛନ୍ତି । ଏହାକୁ ଲାଗୁ କରିବା ରାଜ୍ୟମାନଙ୍କ ଉପରେ ନିର୍ଭର କରେ । ସଂରକ୍ଷଣ କିମ୍ବା ପଦୋନ୍ନତିରେ ସଂରକ୍ଷଣ ଦେବା ପାଇଁ ରାଜ୍ୟମାନଙ୍କୁ ବାଧ୍ୟ କରାଯାଇ ପାରିବ ନାହିଁ । ଏହା ରାଜ୍ୟମାନଙ୍କ ବିବେକ ଉପରେ ନିର୍ଭର କଲେ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ରାଜ୍ୟ ସରକାର ସଂରକ୍ଷଣ ଦେବା ସମୟରେ ଚାକିରି ଓ ନିଯୁକ୍ତି କ୍ଷେତ୍ରରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ବିଷୟରେ ପର୍ଯ୍ୟାପ୍ତ ତଥ୍ୟ ଏକାଠି କରିବା ଆବଶ୍ୟକ । ଏଥିପାଇଁ ରାଜ୍ୟ ସରକାର ବାଧ୍ୟ ବୋଲି କହିଛନ୍ତି । ଶୁକ୍ରବାରରେ ଜଷ୍ଟିସ ଏଲ୍‌ ନାଗେଶ୍ୱର ରାଓ ଓ ହେମନ୍ତ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । ରାଜ୍ୟ ସରକାର ସଂରକ୍ଷଣ ଓ ପଦୋନ୍ନତିରେ ସଂରକ୍ଷଣ ଦେବା ପାଇଁ ବାଧ୍ୟ ନୁହନ୍ତି ବୋଲି ସେ ଦର୍ଶାଇଛନ୍ତି । ପଦୋନ୍ନତିରେ ସଂରକ୍ଷଣ ପାଇବା କୌଣସି ବ୍ୟକ୍ତିଙ୍କ ମୌଳିକ ଅଧିକାର ନୁହେଁ ବୋଲି ଖଣ୍ଡପୀଠ ରାୟ ଦେଇଛନ୍ତି । ରାଜ୍ୟମାନଙ୍କୁ ସଂରକ୍ଷଣ ପାଇଁ ଅଦାଲତ ନିର୍ଦେଶ ଦେଇ ପାରିବେ ନାହିଁ ବୋଲି ଖଣ୍ଡପୀଠ ଦର୍ଶାଇଛନ୍ତି ।

ଅନୁଛେଦ ୧୬ ରେ ଥିବା ପ୍ରାବଧାନ ଅନୁସାରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସଂରକ୍ଷଣ ପ୍ରଦାନ କରିବା ରାଜ୍ୟ ସରକାରଙ୍କ ବିବେକ ଉପରେ ନିର୍ଭର କରେ । ସରକାର ଅନୁସୂଚିତ ଜାତି ଓ ଜନଜାତି ଆଧାରରେ ସଂରକ୍ଷଣ ପ୍ରଦାନ କରିବା ପାଇଁ ଓ ପଦୋନ୍ନତି ଦେବା ପାଇଁ ବାଧ୍ୟ ନୁହନ୍ତି ବୋଲି କହିଛନ୍ତି ।

ଏହି ଖଣ୍ଡପୀଠ ଉତ୍ତରାଖଣ୍ଡ ସରକାରଙ୍କ ଲୋକନିର୍ମାଣ ବିଭାଗରେ ସହାୟକର ଅଭିୟନ୍ତା ପଦରେ ପଦୋନ୍ନତିରେ ଏସ୍‌ସି ଓ ଏସ୍‌ଟି ସଂରକ୍ଷଣ ମାମଲାର ଶୁଣାଣୀ କରୁଥିଲେ । ଏସ୍‌ସି , ଏସ୍‌ଟି ପ୍ରତିନିଧିତ୍ୱ ଗଠନ କରିବା ପୂର୍ବରୁ ସମସ୍ତ ତଥ୍ୟ ଏକାଠି କରିବା ପାଇଁ ନିର୍ଦେଶ ଦେଇଛନ୍ତି ।