ମୋ ସ୍ତ୍ରୀକୁ ଫେରାଇ ଦିଅ-ପ୍ରେମିକା ଘର ଆଗରେ ପ୍ରେମିକର ଧାରଣା

ମୋ ସ୍ତ୍ରୀକୁ ଫେରାଇ ଦିଅ-ପ୍ରେମିକା ଘର ଆଗରେ ପ୍ରେମିକର ଧାରଣା

ଓଡିଶା କେନ୍ଦ୍ରାପଡା ଜିଲ୍ଲା

#ପ୍ରେମିକା _ଘର_ଆଗରେ_ପ୍ରେମିକର_ଧାରଣା         କେନ୍ଦ୍ରାପଡା  :    ବର୍ତ୍ତମାନ ବାହାଘର ଋତୁ ଚାଲି ଥିବାରୁ ଝିଅର ବାହାଘର ପାଇଁ ପରିବାର ଲୋକେ ବରଘର ଦେଖିବା ସହ ସମସ୍ତ କାର୍ଯ୍ୟ ସାରି ଦେଇଥିଲେ । ଦୁଇ ଦିନ ପରେ ବାହାଘର ହୋଇଥାନ୍ତା । ଅଚାନକ ପଡିଶା ଘରର ଅସିତ ଦାସ ଝିଅ ଘର ଆଗରେ ଚେୟାର ପକାଇ ଧାରଣାରେ ବସି ରହିଛି । ଗୋଟିଏ ଜିଦ୍ ମୋ ସ୍ତ୍ରୀକୁ ଫେରାଇ ଦିଅ ମୁଁ ତାକୁ ବିବାହ କରିଛି । ଏଭଳି ଏକ ଅଭାବନୀୟ ଘଟଣା ନିକିରାଇ ଥାନା ଅଧିନ ବାରୋ ପଂଚାୟତରେ ଘଟିଛି । ଏହି ଥାନାର ବାରୋ ଗ୍ରାମରେ ପ୍ରେମିକା ଘର ଆଗରେ ପଡିଶା ଯୁବକ ଅସିତ ଦାସ ଚେୟାର ପକାଇ ଧାରଣା ରେ ବସିଛି । ହାତରେ ବିଷ ବୋତଲ ଓ ଚେୟାର ତଳେ କିରୋସିନି ଭର୍ତି ଥିବା ଏକ ଜାରକିନ୍ ରଖି ଆତ୍ମହତ୍ୟା ଧମକ ଦେଇ ଚାଲିଛି । ଅସିତ୍ ର ଦାବି ମୁତାବକ ପଡିଶା ଘର ଯୁବତୀ ସହ ତାର ଦୀର୍ଘ ଦିନର ପ୍ରେମ ସଂପର୍କ ଥିଲା । ୨୦୧୯ ଡିସେମ୍ବର ୭ ତାରିଖ ଦିନ ଉଭୟେ କେନ୍ଦ୍ରାପଡା ବିବାହ ପଞ୍ଜିକରଣ ଅଧିକାରୀଙ୍କ ସମ୍ମୁଖରେ ବିବାହ କରି ପ୍ରମାଣ ପତ୍ର ହାସଲ କରିଛନ୍ତି । ସରକାରୀ ନିୟମ ମୁତାବକ ବିବାହ କରିଥିଲେ । ବିବାହ ସମୟରେ ୩ଜଣ ସାକ୍ଷୀ ଓ ପଞ୍ଜିକରଣ ଅଧିକାରୀ ଉପସ୍ଥିତ ଥିବା ପ୍ରମାଣ ପତ୍ରରେ ଉଲ୍ଲେଖ ରହିଛି । ପ୍ରାୟ ୭ମାସ ତଳୁ ଉଭୟଙ୍କ ବିବାହ ହୋଇଥିଲେ ମଧଯୟ କେହି ଏହାର ଟେର ପାଇ ପାରି ନଥିଲେ । ଏବେ ଯୁବତୀଙ୍କର ବିବାହ ଅନ୍ୟତ୍ର ହେବାକୁ ଯାଉଥିବା ବେଳେ ତାଙ୍କ ଘର
ଆଗରେ ପ୍ରେମିକର ଧାରଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।