ପ୍ରଥମ କୋଭିଡ ଟିକା ସମ୍ପୂର୍ଣ୍ଣ କଲା ସମସ୍ତ ପରୀକ୍ଷଣ

ପ୍ରଥମ କୋଭିଡ ଟିକା ସମ୍ପୂର୍ଣ୍ଣ କଲା ସମସ୍ତ ପରୀକ୍ଷଣ

ଦେଶ -ବିଦେଶ ବଡ ଖବର

#ପ୍ରଥମ_କୋଭିଡ_ଟିକା_ସମ୍ପୂର୍ଣ୍ଣ_କଲା_ସମସ୍ତ_ପରୀକ୍ଷଣ          ମସ୍କୋ : ଋଷିଆ ପ୍ରଥମ ଦେଶ ଭାବେ କୋଭିଡ-୧୯ ଟିକାର ମାନବ ପରୀକ୍ଷଣ କରିଛି। ଋଷିଆର ସେଚେନୋଭ ବିଶ୍ବବିଦ୍ୟାଳୟ ମଣିଷ ଉପରେ ସଫଳତାର ସହ କୋଭିଡ ଟିକା ପ୍ରୟୋଗ କରିଛି। ବିଶ୍ବର ପ୍ରଥମ କୋଭିଡ ଟିକା ମଣିଷ ଉପରେ ସଫଳତା‌ର ସହ ପରୀକ୍ଷା କରାଯାଇଛି ବୋଲି ସେଚେନୋଭ ବିଶ୍ବବିଦ୍ୟାଳୟର ଟ୍ରାନ୍‌ସଲେସନାଲ ମେଡିସିନ ଆଣ୍ଡ ବାୟୋଟେକ୍ନୋଲୋଜିର ନିର୍ଦ୍ଦେଶକ ଭାଦିମ ତାରାସୋଭ କହିଛନ୍ତି। ବିଶ୍ବବିଦ୍ୟାଳୟ ପକ୍ଷରୁ ପୂର୍ବରୁ ଗତ ଜୁନ୍‌ ୧୮ରେ ନିଦାନିକ ପରୀକ୍ଷଣ ହୋଇଥିଲା।