ବିବାହ କରିବାକୁ ଯାଇଥିବା ବରକୁ ଉଠାଇଆଣିଲା ପୁଲିସ

ବିବାହ କରିବାକୁ ଯାଇଥିବା ବରକୁ ଉଠାଇଆଣିଲା ପୁଲିସ

ଓଡିଶା ଜିଲ୍ଲା ବଡ ଖବର ବୌଦ୍ଧ ରାଜ୍ୟ

#ବିବାହ_କରିବାକୁ_ଯାଇଥିବା_ଦୁଇ_ବରକୁ_ଉଠାଇ_ଆଣିଲା_ପୁଲିସ    ଫୁଲବାଣୀ: କରୋନା ପାଇଁ କଟକଣା ସତ୍ତ୍ୱେ ଜଣେ ଯୁବକ ବିବାହ କରିବା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି | କଟକଣା ସତ୍ତ୍ୱେ ବିବାହ କରୁଥିବାରୁ ଜଣେ ବରଙ୍କୁ ପୁଲିସ ବେଦୀ ଉପରୁ ଉଠାଇଆଣିଛି | ମିଳିଥିବା ସୂଚନା ମୁତବକ ଆଜି କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫିରିଙ୍ଗିଆ ପଞ୍ଚାୟତର ନୂଆପଡା ଗ୍ରାମରେ ମୁରଲୀଧର ଭୁକ୍ତାଙ୍କ ପୁଅ ପରମେଶ୍ୱର ଭୁକ୍ତା ବିବାହ କରୁଥିଲେ | ଏହି ବିବାହ କାର୍ଯ୍ୟକ୍ରମରେ ୬୦ରୁ ୮୦ ଜଣ ସମ୍ପର୍କୀୟ ଓ ଗ୍ରାମବାସୀ ମଧ୍ୟ ଉପସ୍ଥିତ ଥିଲେ |

ଏହି ବିବାହ ବାବଦରେ ଫିରିଙ୍ଗିଆ ପୁଲିସ ପାଖରେ ପହଞ୍ଚିଥିଲା | ପ୍ରଶାସନର ବାରମ୍ବାର କଟକଣା ନେଇ ଘୋଷଣା ସତ୍ୱେ ଯୁବକ ଜଣକ ବିବାହ କରୁଥିବାରୁ ପୁଲିସ ତାଙ୍କୁ ଗିରଫ କରିଥିଲା | ୧୪୪ ସିଆରପିସି ଅଧୀନରେ ତାଙ୍କୁ ଗିରଫ କରାଯାଇଥିବାବେଳେ ୨୫/୨୦ କେସ ନମ୍ବରରେ ପୁଲିସ ମାମଲା ରୁଜୁ କରିଛି | ସେହିପରି କରୋନା କଟକଣା ଥିବା ସତ୍ତ୍ୱେ ବିବାହ କରୁଥିବାରୁ ବିଜୁ କହ୍ନର ନାମକ ଆଉ ଜଣେ ବରଙ୍କୁ ମଧ୍ୟ ଗୋଛାପଡା ପୁଲିସ ଗିରଫ କରିଛି | ସୂଚନା ମୁତାବକ ବିଜୁ କହ୍ନର ଗୋଛାପଡା ଥାନା ଅନ୍ତର୍ଗତ ଖଜୁରୀ ଗାଁରେ ବିବାହ କରୁଥିବାବେଳେ ପୁଲିସ ତାଙ୍କୁ ଓ ତାଙ୍କ ଭାଇଙ୍କୁ ଗିରଫ କରିଛି |

ଏଠାରେ ସୂଚନା ଥାଉ କି ପୂର୍ବରୁ ରାୟଗଡାରେ ମଧ୍ୟ ବିବାହ ଚାଲିଥିବାବେଳେ ଅଧିକ ସଂଖ୍ୟାରେ ଲୋକଙ୍କ ସମାଗମ ଦେଖି ସ୍ଥାନୀୟ ପ୍ରଶାସନ ବିବାହ ମଣ୍ଡପ ସିଲ କରିବା ସହ ବିବାହ ଭୋଜି ଆୟୋଜନ କରିଥିବା ବର ପିତାଙ୍କୁ ତାଗିଦ ମଧ୍ୟ କରିଥିଲା |