ଲିମିକା ବୁକ୍ ରେକର୍ଡଧାରୀ ଜାକିରଙ୍କୁ ରାସନକାର୍ଡ ପ୍ରଦାନ କଲେ ମହାରଥି

ଲିମିକା ବୁକ୍ ରେକର୍ଡଧାରୀ ଜାକିରଙ୍କୁ ରାସନକାର୍ଡ ପ୍ରଦାନ କଲେ ମହାରଥି

ବଡ ଖବର ଓଡିଶା ଜିଲ୍ଲା ପୁରୀ
#ଲିମିକା_ବୁକ୍_ରେକର୍ଡଧାରୀ_ଜାକିରଙ୍କୁ_ରାସନକାର୍ଡ_ପ୍ରଦାନ                ପିପିଲି  :    ( ବିଜୟ କୁମାର ମହାପାତ୍ର ) ପିପିଲି ପାଇଁ ଗୌରବ ଆଣି ଥିବା ସେକ୍ ଜାକିର ଆଜି ରୋଗ ଶଯ୍ୟାରେ ପଡିଛନ୍ତି । ନିଜ ପରିବାର ପ୍ରତିପୋଷାଣ କରିବା ପାଇଁ ସେ ଅସମର୍ଥ । ସାନଭାଇ ,ବନ୍ଧୁବାନ୍ଧବ ମାନଙ୍କ ସାହାଯ୍ୟ ସହଯୋଗରେ ସେ ବହୁ କଷ୍ଟରେ ଚିକିତ୍ସା ହେଉଛନ୍ତି । ଅର୍ଥାଭାବ ଯୋଗୁଁ ଉନ୍ନତ ମାନର ଚିକିତ୍ସା ହୋଇପାରୁ ନଥିବା ପରିବାର ଲୋକେ କହୁଛନ୍ତି । ସବୁ ଭିତରେ ଦୈନିକ ଖର୍ଚ୍ଚରେ ପରିବାର ଲୋକଙ୍କୁ ଚଳାଇବା ପାଇଁ ବଡ ସମସ୍ୟାର ଦୁଃଖ ସାଜିଛି । ଏଭଳି ଦୃର୍ଦଶା ସହ ସଂଷର୍ଷ କରି ପୁରୀ ଜିଲ୍ଲା ପିପିଲି ପୈାରାଚଂଳ ଜୟପୁର କିଲ୍ଲା ଠାରେ ରହିଥିବା ଜାକିରଙ୍କ ଏହି ଅବସ୍ଥା ସୋସିଆଲ ମିଡିଆ ଓ ଗଣମାଧ୍ୟମ ରେ ପ୍ରକାଶ ପାଇଥିଲା । ତେବେ ଏହାକୁ ଦେଖି ଆଜି ପିପିଲି-ଡେଲାଙ୍ଗର ବିଧାୟକ ପ୍ରଦୀପ ମହାରଥି ଜାକିରଙ୍କ ଘରକୁ ଯାଇ ତାଙ୍କ ଏ ଅବସ୍ଥା ପାଇଁ ଦୁଃଖ ପ୍ରକାଶ କରିଥିଲେ । ଜାକିରଙ୍କୁ ରାସନକାର୍ଡ ପ୍ରଦାନ କରିବା ସହ ଏକ ମାସର ରାସନ ସାମଗ୍ରୀ ବିଧାୟକ ଶ୍ରୀଯୁକ୍ତ ମହାରଥି ପ୍ରଦାନ କରିଥିଲେ । ଜାକିରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝି ଲକଡାଉନ ପରେ ତାଙ୍କୁ ଉନ୍ନତ ମାନର ଚିକିତ୍ସା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ ଜାକିର ୨୦୦୮ ମସିହାରେ ନିଜର ଶକ୍ତି ପ୍ରଦର୍ଶନ କରି ୩ ମିନିଟ ୧୬ ସେକେଣ୍ଡେରେ ୩ଶହ ପଇଡ ହାତରେ ଭାଙ୍ଗି ଲିମିକା ବୁକ ଅଫ ରେକର୍ଡସରେ ଓଡିଶା ନାମ ଲିପିବଦ୍ଧ କରିଥିଲେ । ଗତ ମାର୍ଚ୍ଚ ମାସ ୨୭ ତାରିଖରେ ଅଚାନକ ଉଚ୍ଚରକ୍ତ ଚାପ ଯୋଗୁ ଡାହଣ ପାର୍ଶ୍ୱ ଅଚଳ ହୋଇଯାଇଛି । ଏବେ ସେ ଅକାମି ହୋଇ ଶଯ୍ୟା ସାୟୀ ହୋଇ ପଡିଛନ୍ତି । ଜାକିରଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଲା ବାଧକ । ଅନ୍ୟ ପକ୍ଷେ କରୋନା ପାଇଁ ଲକଡାଉନ ଜାରି ହେବାରୁ ସମ୍ପୂର୍ଣ୍ଣ ପରିବାର ବୋଝ ମୁଣ୍ଡାଇଥିବା ଜାକିରଙ୍କ ସାନ ଭାଇ ରୋଜଗାର କ୍ଷମତା ହରାଇ ବସିଛନ୍ତି । ଏଭଳି ଅବସ୍ଥାରେ ଜାକିରଙ୍କ ନାମରେ ରାସନକାର୍ଡ ନଥିବା ନେଇ ସୋସିଆଲ ମିଡିଆ ଓ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ତେବେ ଏହାକୁ ଦେଖି ବ୍ଲକ ଯୋଗାଣ ବିଭାଗ ଅଧିକାରୀ ଦିପ୍ତିରଂଜନ ଇନ୍ଦ୍ରସିଂ ଜାକିର ଙ୍କ ଘରକୁ ଯାଇ ତାଙ୍କୁ ଖୁବ୍ ଶିଘ୍ର ରାସନକାର୍ଡ ଯୋଗାଇଦେବେ ବୋଲି ପ୍ରତିଶୃତି ଦେଇଥିଲେ । ପରେ ବିଧାୟକ ମହାରଥିଙ୍କ ଧର୍ମପତ୍ନୀ ପ୍ରତୀଭା ମହାରଥି ଜାକିରଙ୍କ ଘରକୁ ଯାଇ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ପୁଣି ଗତ ୨୫ତାରିଖ ଦିନ ପୁରୀର ସାହିଭାଇ ଅନୁଷ୍ଠାନ ସହଯୋଗରେ ଭୁବନେଶ୍ୱର ସ୍ଥିତ ସ୍ପିକ ଫର ଆନିମଲ ସଂସ୍ଥାର ସଭାପତି କୁଶାଲ ବିଶ୍ୱାସ ଓ ସହକର୍ମୀ ସେଫାଲି ଉଦ୍‌ଗାତା ଜାକିରଙ୍କ ପରିବାରଙ୍କୁ ଭେଟି ରାସନ ସାମଗ୍ରୀ ପ୍ରଦାନ କରିବା ସହ  ତାଙ୍କ ଚିକିତ୍ସା ସମ୍ପର୍କରେ ସମସ୍ତ ତଥ୍ୟ ସଂଗ୍ରହ କରି ଉନ୍ନତ ମାନର ଚିକିତ୍ସା ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଥିଲେ । ତେବେ ଗୁରବାର ଶ୍ରୀ ମହାରଥି ଜାକିରଙ୍କ ଘରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପାଇଁ ସମସ୍ତ ବ୍ୟବସ୍ଥା କରିବା ସହ ଏକ ମାସର ରାସନ ସାମଗ୍ରୀ ଓ ରାସନକାର୍ଡ ପ୍ରଦାନ କରିଥିବାରୁ ପରିବାର ଲୋକ  ଖୁସିବ୍ୟକ୍ତ  କରିଛନ୍ତି ।