ମତ୍ସ୍ୟଚାଷୀଙ୍କୁ ଅଟୋ ରିକ୍ସା ପ୍ରଦାନ

ମତ୍ସ୍ୟଚାଷୀଙ୍କୁ ଅଟୋ ରିକ୍ସା ପ୍ରଦାନ

ଓଡିଶା କେନ୍ଦ୍ରାପଡା

#ମତ୍ସ୍ୟଚାଷୀଙ୍କୁ_ଅଟୋ_ରିକ୍ସା_ପ୍ରଦାନ             କେନ୍ଦ୍ରାପଡା     :    ଜାତୀୟ ମତ୍ସ୍ୟଚାଷୀ ଦିବସ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସଫଳ ମତ୍ସ୍ୟଚାଷୀ ଗୋକୁଳାନନ୍ଦ
ବେହେରାଙ୍କୁ ସମ୍ବର୍ନ୍ଧିତ କରାଯିବା ସହ ଅଟୋ ରିସ୍କା, ବରଫ ବାକ୍ସ ପ୍ରଦାନ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସଂପୃକ୍ତ ଚାଷୀଙ୍କୁ ୬୦%
ରିହାତି ସୂତ୍ରରେ ଏହି ଉପକରଣ ପ୍ରଦାନ କରାଯାଇଥିଲା । ଉପକୂଳ ଅଂଚଳରେ ମତ୍ସ୍ୟଚାଷ କରି ଜୀବିକା ନିର୍ବାହ କରୁଥିବା ଚାଷୀ ମାନଙ୍କୁ ପ୍ରୋତ୍ସାହନ ଦେବାପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ
ଗୁରୁତ୍ୱାରୋପ କରାଯାଇଛି । ଏହି ଉପଲକ୍ଷେ ଜିଲ୍ଲା ମତ୍ସ୍ୟ ଅଧିକାରୀ ମମତା ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଉପ ଜିଲ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ର , ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସମ୍ବିତ୍ ଶତପଥୀ ପ୍ରମୁଖ ଉପସ୍ଥିତ ରହି ମତ୍ସ୍ୟଚାଷୀଙ୍କୁ ସମ୍ବର୍ନ୍ଧିତ କରିଥିଲେ ।