ରାଜ୍ୟରେ ପୁଣି ୬ଜଣ କରୋନା ପଜିଟିଭ୍ ଚିହ୍ନଟ

ରାଜ୍ୟରେ ପୁଣି ୬ କରୋନା ପଜିଟିଭ୍ ଚିହ୍ନଟ

ଓଡିଶା ବଡ ଖବର

#ରାଜ୍ୟରେ_ପୁଣି_୬_କରୋନା_ପଜିଟିଭ୍_ଚିହ୍ନଟ             ଭୁବନେଶ୍ବର :   ରାଜ୍ୟରେ ପୁଣି ୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ୪ଜଣ ଯାଜପୁରର ବାସିନ୍ଦା ହୋଇଥିବା ବେଳେ ୨ଜଣ ଭଦ୍ରକର ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାଫଳରେ ଯାଜପୁର ଜିଲ୍ଲାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୫୨ରେ ପହଞ୍ଚିଥିବା ସହ ଭଦ୍ରକର କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି । ନୂଆ ୬ଜଣ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୯କୁ ବୃଦ୍ଧି ପାଇଛି । ଭଦ୍ରକରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ବାସୁଦେବପୁର ଏବଂ ଧାମନଗର ବ୍ଲକର ଏବଂ ଦୁଇ ଆକ୍ରାନ୍ତ ପଶ୍ଚିମବଙ୍ଗରୁ ଫେରିଥିଲେ ବୋଲି ସୂଚନା ଦେଇଛନ୍ତି ଭଦ୍ରକର ।ଜିଲ୍ଲା ପ୍ରଶାସନ ସୂଚନା ମୁତାବକ, ବର୍ତ୍ତମାନ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦୮ ଥିବା ବେଳେ, ୬୦ ଜଣ ସୁସ୍ଥ ହୋଇଛନ୍ତି । ଏଯାବତ୍ ରାଜ୍ୟରେ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେହିଭଳି ଭାବେ ଭଦ୍ରକରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୯ ଥିବା ବେଳେ ଯାଜପୁରରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫୧ରହିଛି । ଭଦ୍ରକରୁ ୧୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇସାରିଥିବ ବେଳେ ଯାଜପୁରରୁ ଜଣେ ସୁସ୍ଥ ହୋଇଛନ୍ତି ।