ଆନ୍ତଃକଲେଜ ଡ଼୍ରପ୍ରୋବଲ୍ ପ୍ରତିଯୋଗିତା,ନରସିଂହଚୌଧୁରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଚମ୍ପିୟାନ

ଓଡିଶା ଖେଳ ଜିଲ୍ଲା ଯାଜପୁର ରାଜ୍ୟ

ଯାଜପୁର : ନରସିଂହ ଚୌଧୁରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ପରିସରରେ ଉତ୍କଳ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ୨ଦିନିଆ ଆନ୍ତଃକଲେଜର ପୁରୁଷ ଓ ମହିଳାଡ଼୍ରପ୍ରୋବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଉଭୟ ପୁରୁଷ ଓ ମହିଳା ବିଭାଗରେ ୧୨ଟି ଲେଖାଏଁ ଦଳ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗିତାର ଉଦ୍ଘାଟିତ ଉତ୍ସବରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଫକୀର ମୋହନ ମଲ୍ଲିକ ମୁଖ୍ୟଅତିଥି ଓ ଉତ୍କଳ ବିଶ୍ୱବିଦ୍ୟାଳୟର କ୍ରୀଡ଼ା ବିଭାଗର ମୁଖ୍ୟ ଅମ୍ବିକା ପ୍ରସାଦ ରାୟ ମୁଖବକ୍ତା ଭାବେ ଯୋଗଦେଇଥିଲେ । ଏହି ପ୍ରତିଯୋଗିତାରେ ପୁରୁଷ ବିଭାଗରେ ନରସିଂହ ଚୌଧୁରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଚମ୍ପିଆନ ହୋଇଥିବା ବେଳେ ବଳଙ୍ଗା ମହାବିଦ୍ୟାଳୟର ରନର୍ସ ଅଫ ହୋଇଥିଲା । ସେହିପରି ମହିଳା ବିଭାଗରେ ନରସିଂହ ଚୌଧୁରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଚମ୍ପିୟାନ ହୋଇଥିବା ବେଳେ ଚିତାଳୋ ମହାବିଦ୍ୟାଳୟ ରନର୍ସ ଅଫ୍ ହୋଇଥିଲା । ଏହି ଉଦ୍ୟାପନି ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମଲ୍ଲିକ ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ପ୍ରଦୀପ୍ତ ସାହୁ ଓ ଦେବଦତ୍ତ ମିଶ୍ର ଖେଳାଳୀମାନଙ୍କୁ ଉତ୍ସାହିତ କରିଥିବା ବେଳେ ଜ୍ୟୋର୍ତିମୟ ନାଥଶର୍ମା, ଜିତେନ୍ଦ୍ର ମହାନ୍ତି, ଅର୍ପିତା ନାୟକ, ଅଦ୍ୱୈତ କୁମାର ମାଝୀ, ପୂଜା ବେହେରା ଓ କ୍ଷୀରୋଦ କୁମାର ହାତୀ ପ୍ରମୁଖ ଖେଳ ପରିଚାଳନା କରିଥିଲେ । ଏହି ପ୍ରତିଯୋଗିତାରେ ମହାବିଦ୍ୟାଳୟର କ୍ରୀଡାଶିକ୍ଷକ ରଂଜନ ସୂତାର ଅତିଥି ପରିଚୟ ପ୍ରଦାନ କରିଥିଲେ ।