ମକର ସଂକ୍ରାନ୍ତି ଉପଲକ୍ଷେ ବୁଧବାର ବ୍ୟାଙ୍କ ଛୁଟି

ଦେଶ -ବିଦେଶ ବଡ ଖବର

ଭୁବନେଶ୍ୱର : ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ରାଜ୍ୟର ସବୁ ବ୍ୟାଙ୍କ ବନ୍ଦ ରହିବ । ଏ ସଂପର୍କରେ ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା କରାଯାଇଛି । କେବଳ ଓଡ଼ିଶା ନୁହେଁ ଦେଶର ଅନ୍ୟ କେତେକ ରାଜ୍ୟରେ ମଧ୍ୟ ମକର ସଂକ୍ରାନ୍ତି ଏକ ବଡ଼ ପର୍ବ ହୋଇଥିବାରୁ ବ୍ୟାଙ୍କ ଛୁଟି ରହିବ । ଏସବୁ ରାଜ୍ୟ ମଧ୍ୟରେ ଅଛନ୍ତି କେରଳ, ହରିୟାଣା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା,ପଞ୍ଜାବ, ଆସାମ ଓ କର୍ଣ୍ଣାଟକ ।
ଗତକାଲି ମଧ୍ୟ ରାଜ୍ୟ ସରକାର ମକର ସଂକ୍ରାନ୍ତି ପାଇଁ ସରକାରୀ ଅଫିସ ଓ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ଏହି ଘୋଷଣା କରାଯାଇଥିଲା ।