ନର୍ସିଂହୋମ ଓ ଅଲଟ୍ରାସାଉଣ୍ଡ ମାଲିକଙ୍କୁ ଉପ ଜିଲ୍ଲାପାଳଙ୍କ ତାଗିଦ

ନର୍ସିଂହୋମ ଓ ଅଲଟ୍ରାସାଉଣ୍ଡ ମାଲିକଙ୍କୁ ଉପ ଜିଲ୍ଲାପାଳଙ୍କ ତାଗିଦ

ଜିଲ୍ଲା ଓଡିଶା କେନ୍ଦ୍ରାପଡା

#ନର୍ସିଂହୋମ_ଓ_ଅଲଟ୍ରାସାଉଣ୍ଡ_ମାଲିକଙ୍କୁ_ଉପ_ଜିଲ୍ଲାପାଳଙ୍କ_ତାଗିଦ          କେନ୍ଦ୍ରାପଡା :  କେନ୍ଦ୍ରାପଡା ସହରରେ ଥିବା କେତେକ ନର୍ସିଂହୋମ, ଅଲଟ୍ରାସାଉଣ୍ଡ ଏବଂ କ୍ଲିନିକ୍ରେ କରୋନା କଟକଣାକୁ କାର୍ଯ୍ୟକାରୀ କରାଯାଉ ନଥିବା ଅଭିଯୋଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢାଉ କରାଯାଇ ଲକ୍ଷାଧିକ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ଏହାର ପ୍ରତିବାଦରେ ଘରୋଇ ନର୍ସିଂହୋମ ର ମାଲିକ ମାନେ ଗତକାଲି ସେମାନଙ୍କ ପ୍ରତିଷ୍ଠାନକୁ ବନ୍ଦ ରଖିବା ସହ ଶୁକ୍ରବାର ଉପ ଜିଲ୍ଲାପାଳ ଜେୟାତି ଶଙ୍କର ମହାପାତ୍ରଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ସମୟରେ ଉପ ଜିଲ୍ଲାପାଳ ଶ୍ରୀ ମହାପାତ୍ର ସଂପୃକ୍ତ ମାଲିକ ମାନଙ୍କୁ ତାଗିଦା କରିବା ସହ ପୂର୍ବରୁ ସେମାନଙ୍କୁ କୋଭିଡ-୧୯ସୁରକ୍ଷା ସମ୍ବନ୍ଧୀୟ କଟକଣାକୁ ପାଳନ କରିବା ପାଇଁ ସୂଚନା ଦିଆ ଯାଇଥିଲେ ମଧ୍ୟ
ଏହାକୁ ପାଳନ ନକରିବା ବିଷୟରେ ଚେତାଇ ଦେଇଥିଲେ । ସଂକ୍ରମଣ ପ୍ରତିଷେଧକ କଟକଣାକୁ କଡାକଡି ପାଳନ ନକଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଥିଲେ । କେତେକ ଘରୋଇ ନର୍ସିଂହୋମରେ ଡାକ୍ତର ନଥିଲେ ମଧ୍ୟ ଅର୍ଥ ଲୋଭରେ ରୋଗୀ ମାନଙ୍କୁ ଅଟକାଇ ହଇରାଣ ହରକତ କରୁଥିବା ଓ ଚିକିତ୍ସା ବିଳମ୍ବ ହେତୁ ନବଜାତକ ମୃତ୍ୟୁ ସହ ପ୍ରସୂତିଙ୍କ ଅବସ୍ଥା ଗୁରୁତର ହେଉଥିବା ଆଲୋଚନା ହୋଇଥିଲା । ରୋଗୀ ମାନଙ୍କ ଜୀବନ ସହ ଅର୍ଥ ଲୋଭରେ ଖେଳ କରୁଥିବା ନର୍ସିଂହୋମ ଗୁଡିକ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପ ଜିଲ୍ଲାପାଳ ସତର୍କ କରାଇଥିଲେ ।