ଭିଟାମାଟି ଝାଡଖଣ୍ଡ ଫେରିବାକୁ ଶ୍ରମିକଙ୍କ ନିବେଦନ

ଭିଟାମାଟି ଝାଡଖଣ୍ଡ ଫେରିବାକୁ ଶ୍ରମିକଙ୍କ ନିବେଦନ

ଓଡିଶା କେନ୍ଦ୍ରାପଡା ଜିଲ୍ଲା

#ଭିଟାମାଟି_ଝାଡଖଣ୍ଡ_ଫେରିବାକୁ_ଶ୍ରମିକଙ୍କ_ନିବେଦନ            କେନ୍ଦ୍ରାପଡା  : କେନ୍ଦ୍ରାପଡା ଜିଲ୍ଲାରେ ଲକ ଡାଉନ ପୂର୍ବରୁ ଫସି ରହିଥିବା ବିଭିନ୍ନ ରାଜ୍ୟର ଶହ ଶହ ଶ୍ରମିକ ନିଜ ଭିଟାମାଟିକୁ
ଯିବାକୁ ଜିଲ୍ଲା ପ୍ରଶାସନକୁ ନିବେଦନ କରୁଥିବାର ଦେଖିବାକୁ ମିଳିଛି । ମାର୍ଶାଘାଇ ବ୍ଲକରେ ଦୀର୍ଘ ୬ ମାସ ହେଲା ଝାଡଖଣ୍ଡ ଅଂଚଳର ସାହେବଗଞ୍ଜ ଜିଲ୍ଲାର ରାଜମହଲ ବ୍ଲକ ଅଂଚଳର ଶ୍ରମିକ ଏଠାରେ ରହି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ଅଂଚଳରେ ପାଇଖାନା ତିଅରି କରୁଥିଲେ । ଲକ ଡାଉନ ହେତୁ ପ୍ରାୟ ୨ ମାସ ହେଲା ଏମାନେ କୈାଣସି ସରକାରୀ ସହାୟତା ନପାଇ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି । ମଙ୍ଗଳବାର ଏମାନେ ଜିଲ୍ଲାପାଳଙ୍କୁ ଭେଟି ନିଜ ଗାଁ ଝାଡଖଣ୍ଡର ରାଜମହଲକୁ ଯିବାକୁ ନିବେଦନ କରିଛନ୍ତି ।