ବାହାର ରାଜ୍ୟର ଶତାଧିକ ଫେରିବାଲା ଅଟକିଛନ୍ତିି କେନ୍ଦ୍ରାପଡାରେ

ବାହାର ରାଜ୍ୟର ଶତାଧିକ ଫେରିବାଲା ଅଟକିଛନ୍ତିି କେନ୍ଦ୍ରାପଡାରେ

ଓଡିଶା କେନ୍ଦ୍ରାପଡା ଜିଲ୍ଲା ବଡ ଖବର ରାଜ୍ୟ

#ବାହାର_ରାଜ୍ୟର_ଶତାଧିକ_ଫେରିବାଲା_ଅଟକିଛନ୍ତିି_କେନ୍ଦ୍ରାପଡାରେ        କେନ୍ଦ୍ରାପଡା : ବାହାର ରାଜ୍ୟର ଶତାଧିକ ଫେରିବାଲା  କେନ୍ଦ୍ରାପଡାରେ ଅଟକି ରହିଥିବା ଜଣା ପଡିଛି । କରୋନା  ସଂକ୍ରମଣ ଜନିତ କଟକଣା ଲାଗୁ କରାଯାଇ ଥିବାରୁ ଗମନାଗମନ ଓ  ବୁଲି ବୁଲି ଫେରି କରିବା ଉପରେ କଟକଣା ଥିବାରୁ ଏମାନେ ଅନ୍ୟ  କୁଅଡେ ଯାଇ ନପାରି କେନ୍ଦ୍ରାପଡା ସହର ସଲଗ୍ନ ରଣପଡା,  ଆମବାଡି, ପୋଷ୍ଟ ଅଫିସ ଲେନ, ଜଇପୁରା, ଦିଲାରପୁର ପ୍ରଭୃତି  ଅଂଚଳରେ ଅଟକି ରହିଛନ୍ତି । ବିହାର, ପଶ୍ଚିମ ବଙ୍ଗ , ଉତରପ୍ରଦେଶ  ପ୍ରଭୃତି ରାଜ୍ୟ ରୁ ଆସି ଦୀର୍ଘ ଦିନ ହେଲା କେନ୍ଦ୍ରାପଡା ଓ ଆଖପାଖ  ଅଂଚଳରେ ଗୁପଚୁପ, ନାଲି ଚା, ସାଇକେଲ ରେ ମନୋହାରୀ ବ୍ୟବସାୟ ଓ ସପ, ବେଡସିଟ ପ୍ରଭୃତି ଫେରି କରୁଥିବା ଶତାଧିକ ବ୍ୟକ୍ତି ବ୍ୟବସାୟ  କରି ନପାରି ଭୋକ ଉପାସରେ ରହିଛନ୍ତି । ଶନିବାର ଏମାନେ ଜିଲ୍ଲାପାଳଙ୍କୁ ଭେଟି ରାଜ୍ୟକୁ ଫେରିବା ପାଇଁ ଅନୁମତି ଦେବାକୁ ନିବେଦନ କରିଥିଲେ ।