୩୨୨ ବୋତଲ ଚୋରା ମଦ ଜବତ, ବେପାରୀ ଗିରଫ

୩୨୨ ବୋତଲ ଚୋରା ମଦ ଜବତ, ବେପାରୀ ଗିରଫ

ଓଡିଶା କେନ୍ଦ୍ରାପଡା ଜିଲ୍ଲା ବଡ ଖବର ରାଜ୍ୟ

#୩୨୨_ବୋତଲ_ଚୋରା_ମଦ_ଜବତ,_ବେପାରୀ_ଗିରଫ          କେନ୍ଦ୍ରାପଡା   :  କରୋନା ପାଇଁ ସମଗ୍ର ଜିଲ୍ଲାରେ ମଦ ଦୋକାନକୁ ପ୍ରଶାସନ ବନ୍ଦ କରିଥିବା ବେଳେ କେତେକ ମଦ ଦୋକାନୀ ଚତୁରତାର ସହ ମଦ କୁ ଲୁଚାଇ ରଖିଛନ୍ତି । ଦୋକାନ ବନ୍ଦ ର ସୁଯୋଗ ନେଇ ମଦ ବ୍ୟବସାୟୀ ମାନେ ଦୁଇ ଗୁଣ ରେଟରେ ବିକ୍ରି କରୁଛନ୍ତି । ଅବକାରୀ ବିଭାଗ ଖବର ପାଇ ବିଭିନ୍ନ ସ୍ଥାନରେ ଚଢାଉ କରି ଏହି ଚୋରା ବ୍ୟବସାୟୀଙ୍କୁ ଗିରଫ କରିବା ସହ ମଦ ଜବତ କରିଛି । ଅବକାରୀ ବିଭାଗ ରାଜନଗର ର ତାଳଚୁଆ ଗ୍ରାମରେ ଚଢାଉ କରି ସୁଶାନ୍ତଙ୍କ ଠାରୁ ୩୨୨ ବୋତଲ ମଦ ଜବତ କରିବା ସହ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଅବକାରୀ ଅଧିକ୍ଷକ ବାସନ୍ତୀ
ପ୍ରଭା ନାୟକ ସୂଚନା ଦେଇଛନ୍ତି ।