ଅସହାୟ ଓ ଶିଶୁ ମାନଙ୍କୁ ପୈାରସଂସ୍ଥା ପକ୍ଷରୁ ଖାଦ୍ୟ ବଣ୍ଟନ

ଅସହାୟ ଓ ଶିଶୁ ମାନଙ୍କୁ ପୈାରସଂସ୍ଥା ପକ୍ଷରୁ ଖାଦ୍ୟ ବଣ୍ଟନ

ଓଡିଶା କେନ୍ଦ୍ରାପଡା ବଡ ଖବର ରାଜ୍ୟ

#ଅସହାୟ_ଓ_ଶିଶୁ_ମାନଙ୍କୁ_ପୈାରସଂସ୍ଥା_ପକ୍ଷରୁ_ଖାଦ୍ୟ_ବଣ୍ଟନ      କେନ୍ଦ୍ରାପଡା  : କେନ୍ଦ୍ରାପଡା ସହରର ବିଭିନ୍ନ ସାହି ବସ୍ତସ୍ତେ ରହୁଥିବା ଅସହାୟ, ବୃଦ୍ଧ, ବୃଦ୍ଧା, ମାନସିକ ଭିନ୍ନକ୍ଷମ ଓ ଶିଶୁ ମାନଙ୍କୁ ପୈାରସଂସ୍ଥା ପକ୍ଷରୁଶନିବାର ରନ୍ଧା ଖାଦ୍ୟ ବଣ୍ଟନ କରାଯାଇ ଥିବା ଜଣା ପଡିଛି । କରୋନା ଯୋଗୁ ଲକ ଡାଉନ ଥିବାରୁ ସହରରେ ବୁଲି ବୁଲି ମାଗିଯାଚି ଖାଦ୍ୟ ସଂଗ୍ରହ କରୁଥିବା ଅସହାୟ ମାନଙ୍କ ଅବସ୍ଥା ସୋଚନୀୟ ହୋଇ ପଡିଛି । ବିଭିନ୍ନ ସ୍ଥାନରେ ଏହିଭଳି ବ୍ୟକ୍ତି ମାନଙ୍କୁ କେତେକ ସହୃଦୟ ବ୍ୟକ୍ତି ସାହାଯ୍ୟ କରିବା ଘଟଣା ସାମାଜିକ ଗଣ ମାଧ୍ୟମରେ ଭାଇରାଲ ହେବା ପରେ ପୈାରସଂସ୍ଥା ଏହି ଦାୟିତ୍ୱ ନିଜ ହାତକୁ ନେଇଥିବା ପୈାର ନିର୍ବାହୀ ଅଧିକାରୀ ଦେବ ପ୍ରକାଶ ବଳଙ୍କ ସୂତ୍ରରୁ ପ୍ରକାଶ ।