ଆଜିଠୁ କୋଭିଡ୍ ପ୍ରତିଶେଧକ ଔଷଧ ସେବନ କରିବେ ସେବାୟତ

ଆଜିଠୁ କୋଭିଡ୍ ପ୍ରତିଶେଧକ ଔଷଧ ସେବନ କରିବେ ସେବାୟତ

ଓଡିଶା ବଡ ଖବର

#କୋଭିଡ୍_ପ୍ରତିଶେଧକ_ଔଷଧ_ସେବନ_କରିବେ_ସେବାୟତ              ପୁରୀ   : ରଥଯାତ୍ରାକୁ କରୋନା ମୁକ୍ତ କରିବା ପାଇଁ ରାଜ୍ୟ ଓ ଜିଲ୍ଲା ପ୍ରଶାସନ ଯୁଦ୍ଧକାଳୀନ ଭିତିରେ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଦଇତାପତି ସେବାୟତ, ଗରାବଡୁ, ସୁଆର ମହାସୁଆର, ବିଶ୍ୱକର୍ମା, ଭୋଇ ସେବାୟତମାନଙ୍କୁ କୋଭିଡ ଟେଷ୍ଟ କରିବା ସହ ଥର୍ମାଲ ସ୍କ୍ରିନିଂ କରାଯାଇଛି । ସ୍ନାନପୂର୍ଣ୍ଣମୀ ପାଇଁ ନିର୍ଦ୍ଦିଷ୍ଟ ସଂଖ୍ୟକ ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯାଇଥିବା ବେଳେ ଶ୍ରୀଗୁଣ୍ଡିଚା ଯାତ୍ରାରେ ଅଧିକ ସେବାୟତଙ୍କ କୋଭିଡ୍ ଟେଷ୍ଟ କରିବା ପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।

ରଥଯାତ୍ରା ସମୟରେ କୋଭିଡ ପ୍ରତିରୋଧ ପାଇଁ ହୋମିଓପାଥିକ ଔଷଧ ବଂଟନ କରାଯିବ ବୋଲି ସୂଚନା ମିଳିଛି । ୯ ଜୁନ୍ ମଙ୍ଗଳବାର ଠାରୁ ସେବାୟତମାନଙ୍କୁ ଭକ୍ତ ନିବାସରେ କରୋନା ପ୍ରତିଶେଧକ ହୋମିଓ ପାଥିକ ଔଷଧ ବଣ୍ଟନ କରାଯିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆୟୁଷ ଓ ହୋମିଓ ପାଥିକ ପ୍ରତିଷ୍ଠାନକୁ ଏହି ପ୍ରତିଶେଧକ ଔଷଧ ଦେବା ପାଇଁ ଅନୁରୋଧ କରାଯାଇଛି । ୯ରୁ ୧୩ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ସେବାୟତମାନଙ୍କୁ ଏହି ହୋମିଓପାଥିକ ଔଷଧ ବଂଟନ କରାଯିବ । ନୀଳାଦ୍ରି ଭକ୍ତ ନିବାସରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଏହି ଔଷଧ ବଣ୍ଟନ କରାଯିବ । ଜୁନ୍ ୯ ତାରିଖରେ ଦଇତାପତି ନିଯୋଗ, ୧୦ରେ ପ୍ରତିହାରୀ ନିଯୋଗ, ୧୧ରେ ସୁଆର ମହାସୁଆର ନିଯୋଗ, ୧୨ରେ ପୂଜାପଣ୍ଡା ନିଯୋଗ ଓ ୧୩ରେ ଗରାବଡୁ ନିଯୋଗର ସଭ୍ୟମାନଙ୍କୁ ଏହି ଔଷଧ ବଣ୍ଟନ କରାଯିବ ।