ଯାଜପୁରରେ ଅବସରପ୍ରାପ୍ତ ଡାକ୍ତରମାନେ ରୋଗୀମାନଙ୍କ ସେବାପାଇଁ ଜିଲ୍ଲାପାଳଙ୍କ ଅନୁରୋଧ

ଯାଜପୁରରେ ଅବସରପ୍ରାପ୍ତ ଡାକ୍ତରମାନେ ରୋଗୀମାନଙ୍କ ସେବାପାଇଁ ଜିଲ୍ଲାପାଳଙ୍କ ଅନୁରୋଧ

ଓଡିଶା ଜିଲ୍ଲା ବଡ ଖବର ଯାଜପୁର ରାଜ୍ୟ

#ଅବସରପ୍ରାପ୍ତ_ଡାକ୍ତରମାନେ_ରୋଗୀମାନଙ୍କ_ସେବାପାଇଁ_ଜିଲ୍ଲାପାଳଙ୍କ_ଅନୁରୋଧ          ଯାଜପୁର  : (ବିଶ୍ବଜିତ ରଣା) ଡାକ୍ତରମାନଙ୍କୁ ୨ୟ ଇଶ୍ୱର ବୋଲି ବିବେଚନା କରାଯାଏ । ସେମାନେ ସେବା ଓ ଚିକିତ୍ସା ଦ୍ୱାରା ମରଣମୁଖୀ ରୋଗୀଟିକୁ ନୂଆ ଜୀବନ ଦେଇଥାନ୍ତି । ବର୍ତ୍ତମାନ କରୋନା ସମୟରେ ମଧ୍ୟ ଅବସରପ୍ରାପ୍ତ ଡାକ୍ତରମାନେ ଅନୁରୂପ ସେବା ଯୋଗାଇ ଦେବାପାଇଁ ଜିଲ୍ଲାପାଳ ରଂଜନ କୁମାର ଦାସ ଆହ୍ୱାନ ଦେଇଛନ୍ତି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କରୋନା ମୁକାବିଲା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ଦାସ ଅଧ୍ୟକ୍ଷତା କରି ସମସ୍ତ ଅବସରପ୍ରାପ୍ତ ଡାକ୍ତରମାନଙ୍କୁ ପ୍ରଥମେ ସ୍ୱାଗତ କରିବା ସହ ବର୍ତ୍ତମାନ ସ୍ଥିତିରେ ସେମାନଙ୍କର ସେବା ମହତପୂର୍ଣ୍ଣ ବୋଲି କହିଥିଲେ । ବର୍ତ୍ତମାନ କ୍ଷେତ୍ରରେ ସାମାଜିକ ଦୂରତା ରକ୍ଷା ସେମାନଙ୍କ ପାଇଁଁ କଷ୍ଟକର ହୋଇଯାଇଛି । ତେଣୁ ଅବସରପ୍ରାପ୍ତ ଡାକ୍ତରମାନେ ଟେଲିମେଡିସିନ୍ ବା ଟେଲିଫୋନ ମାଧ୍ୟମରେ ରୋଗୀଙ୍କ ଲକ୍ଷଣ ଓ ଶାରୀରିକ ସ୍ଥିତିକୁ ଅନୁଧ୍ୟାନ କରି ଉପଯୁକ୍ତ ଔଷଧ ସଂପୃକ୍ତ ରୋଗୀଙ୍କୁ ଜଣାଇପାରିବେ । ଯେଉଁ ରୋଗୀ ନଲେଖିବାର ସମ୍ଭାବନ ରହିଛି ସେ କ୍ଷେତ୍ରରେ ରୋଗୀଟି ନିକଟସ୍ଥ ମେଡିସିନ୍ ଦୋକାନ ନିକଟରେ ପହଞ୍ôଚ ଡାକ୍ତର କହୁଥିବା ମେଡିସିନ୍କୁ ମଧ୍ୟ ବ୍ୟବହାର ପାଇଁ ନେଇ ଉପକୃତ ହୋଇପାରିବେ ବୋଲି ଜିଲ୍ଳାପାଳ ଶ୍ରୀ ଦାସ ଅନୁରୋଧ କରିଥିଲେ ।

ଏହି କ୍ଷେତ୍ରରେ ଡାକ୍ତରମାନଙ୍କୁ ସୁରକ୍ଷା ଓ ସହଯୋଗ ପ୍ରଶାସନ ତରଫରୁ ଯୋଗାଇ ଦିଆଯିବ ବୋଲି କହିଥିଲେ । ସମସ୍ତ ଡାକ୍ତରମାନଙ୍କ ନାମ , ବିଭାଗ, ଯୋଗାଯୋଗ ନମ୍ବର ଓ ଯୋଗାଯୋଗ ସମୟର ତଥ୍ୟ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଛଡାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, କଳିଙ୍ଗନଗର ଅତିରିକ୍ତ ଜିଲ୍ଳାପାଳ ସନ୍ତୋଷ କୁମାର ମିଶ୍ର, ଯାଜପୁର ଅତିରିକ୍ତ ଜିଲ୍ଳାପାଳ ମିହିର ପ୍ରସାଦ ମହାନ୍ତି, ରାଜସ୍ୱ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ସିଡିଏମଓ ଅରୁଣ କୁମାର ପାତ୍ର, ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ଅଧିକାରୀ କୁଳମଣୀ ନାୟକ ଡେପୁଟି କଲେକ୍ଟର ବିରକିଶୋର ସାହୁଙ୍କ ସହିତ ଅବସରପ୍ରାପ୍ତ ଡାକ୍ତରମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।