ଏଣିକି ସଂଗରୋଧ କେନ୍ଦ୍ରରେ ୧୪୪ ଧାରା ଜାରି

ଏଣିକି ସଂଗରୋଧ କେନ୍ଦ୍ରରେ ୧୪୪ ଧାରା ଜାରି

ଓଡିଶା କେନ୍ଦ୍ରାପଡା ଜିଲ୍ଲା

#ଏଣିକି_ସଂଗରୋଧ_କେନ୍ଦ୍ରରେ_୧୪୪_ଧାରା_ଜାରି       କେନ୍ଦ୍ରାପଡା  : ଜିଲ୍ଲାରେ କରାଯାଇଥିବା ସଂଗରୋଧ ଶିବିରକୁ ଅନ୍ୟ ରାଜ୍ୟରୁ ଶ୍ରମିକ ମାନଙ୍କ ଅସିବା ସଂଖ୍ୟା ବୃଦ୍ଧି ପାଇବା ସହିତ
ବିଭିନ୍ନ ସଂଗରୋଧ ଶିବିର ର ପରିଚାଳନା ଗତ ବିଶୃଙ୍ଖଳା ବୃଦ୍ଧି ପାଇବାରେ ଲାଗିଛି । ପ୍ରତ୍ୟେକ ଶିବିର ରେ ସ୍ଥାନୀୟ ଲୋକେ ସଂଗରୋଧ ରେ ରହୁଥିବାରୁ ସେମାନଙ୍କ ଆତ୍ମୀୟ ସ୍ୱଜନ ମାନେ ସେଠାରେ ପହଁଚି ବିଶୃଙ୍ଖଳା ସୃଷ୍ଟି କରୁଥିବା ପ୍ରଶାସନର ନଜରକୁ ଆସିଛି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲାରେ ଥିବା ସଂଗରୋଧ ଶିବିର ପରିସରରେ ୧୪୪ ଧାରା ଜାରି କରାଯାଇ ୫ଜଣ ରୁ ଅଧିକ ଲୋକଙ୍କ ଗମନାଗମନ ଉପରେ କଟକଣା ଲାଗୁ କରାଯାଇଛି । ଦିନକୁ ଦିନ ପରିସ୍ଥିତି ଜଟିଳ ହେବାରେ ଲାଗି ଥିବାରୁ ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି । ସଂଗରୋଧ ଶିବିରକୁ ସାମ୍ବାଦିକ, ଫଟୋ ଗ୍ରାଫର ଓ ଅନ୍ୟ କୈାଣସି ଲୋକଙ୍କୁ ପ୍ରବେଶ ନିଷେଧ ଥିବା ବେଳେ ଏଠାରେ ସଂଗରୋଧରେ ରହୁଥିବା ଲୋକମାନଙ୍କ ପରିବାର ଲୋକେ ଓ ସାଙ୍ଗସାଥୀ ସେଠାରେ ପହଁଚି ସେମାନଙ୍କୁ ବାହାରକୁ ଡାକିବା, ବାହାରୁ ଖାଦ୍ୟ ପଦାର୍ଥ ଯୋଗାଡ କରିବା ଘଣ୍ଟା ଘଣ୍ଟା ଧରି ଗପିବା ଓ ବିଡି, ସିଗାରେଟ, ଗୁଟୁଖା ପ୍ରଭୃତି ଯୋଗାଇବା ଫଳରେ ସଂଗରୋଧର ନିୟମ ଉଲଙ୍ଘନ କରାଯାଉଛି । ତେବେ ବାହର ଲୋକେ ବହୁ ସଂଖ୍ୟାରେ ରୁଣ୍ଡ ହେଉଥିବାରୁ ସେ ସ୍ଥାନରେ ସାମାଜିକ ଦୂରତା ପାଳନ କରାଯାଇ ପାରୁନାହିଁ । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ସଂଗରୋଧ ଶିବିର ର ଚତୁଃପାଶ୍ୱର୍ରେ ୧୪୪ ଧାରା ଲାଗୁ କରାଯାଇଥିବା ଉପ ଜିଲ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ର ସୂଚନା ଦେଇଛନ୍ତି ।