ଭାରପ୍ରାପ୍ତ ଜିଲ୍ଲାପାଳଙ୍କ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ

ଭାରପ୍ରାପ୍ତ ଜିଲ୍ଲାପାଳଙ୍କ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ

ଓଡିଶା ଜିଲ୍ଲା ଯାଜପୁର

#ଭାରପ୍ରାପ୍ତ_ଜିଲ୍ଲାପାଳଙ୍କ_ମୁଖ୍ୟ_ଚିକିତ୍ସାଳୟ_ପରିଦର୍ଶନ       ଯାଜପୁର : ଭାରପ୍ରାପ୍ତ ଜିଲ୍ଲାପାଳ ଇନ୍ଦ୍ରମଣି ନାୟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଚାନକ ପରିଦର୍ଶନ କରିଥିଲେ । ଶିଶୁ ଓ ପ୍ରସୂତୀ ୱାର୍ଡ ଗୁଡିକୁ ବୁଲି ଦେଖିବା ସହ ରୋଗୀ ଓ ଚିକିତ୍ସକ ମାନଙ୍କ ସହ ଆଲୋଚନା କରିଥିଲେ । ପରିଷ୍କାର ପରିଚ୍ଚ୍ଥନ୍ନତା ଠିକ୍ ଥିବାରୁ ଓ ରୋଗୀ
ମାନଙ୍କୁ ବେଡସିଟ୍ ପ୍ରଦାନ କରାଯାଇଥିବାରୁ ଶ୍ରୀ ନାୟକ ସନ୍ତୋଷ ପ୍ରକାଶ କରିବା ସହ ଏହାକୁ ନିୟମିତ ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ । ତେବେ ରୋଗୀ ପଞ୍ଜିକରଣ ସ୍ଥଳରେ ଗାଡି ଗୁଡିକ ଇତଃସ୍ତତଃ ରହୁଥିବାରୁ ଶ୍ରୀ ନାୟକ ସୁରକ୍ଷା କର୍ମଚାରୀଙ୍କୁ ଡାକି ତାଗିଦ କରିଥିଲେ । ଗାଡି ଗୁଡିକ ଯେପରି ଯାତାୟତ ପଥକୁ ଅବରୋଧ ନ କରନ୍ତି ତାହାକୁ ସୁନିଶ୍ଚିତ କରିବାକୁ ସେ ସିକ୍ୟୁରିଟି ସୁପରଭାଇଜରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ପରେ ଆଊଟ ଡୋର, ଜେନେରାଲ ୱାର୍ଡର ରୋଗୀ ମାନଙ୍କୁ ମଧ୍ୟ ଦେଖିଥିଲେ । ଚିକିତ୍ସାଗତ ସୁବିଧା, ନିରାମୟ ଓ÷୍ୟଷଧ ପ୍ରଦାନ , ଖାଦ୍ୟ ପ୍ରଦାନ ଇତ୍ୟାଦି ସଂପର୍କରେ ରୋଗୀ ମାନଙ୍କୁ ପଚାରି ବୁଝିଥିଲେ । ପରେ ଲାବୋରେଟୋରୀକୁ ଯାଇ ଶ୍ରୀ ନାୟକ ବିଭିନ୍ନ ପରୀକ୍ଷା ନିରୀକ୍ଷା ସଂପର୍କରେ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ପଚାରି ବୁଝିବା ସହ ଉନ୍ନତ ପରୀକ୍ଷା ପାଇଁ ଆବଶ୍ୟକୀୟ ଉପକରଣ ବିଷୟରେ ପଚାରିଥିଲେ । ଯଦି ବିଭିନ୍ନ ପରୀକ୍ଷା ନିରୀକ୍ଷା ପାଇଁ ଅଧିକ ଆବଶ୍ୟକୀୟ ଉପକରଣ ଦରକାର ତେବେ ତାହା ଜଣାଇଲେ ତାହାକୁ ପ୍ରଦାନର ବ୍ୟବସ୍ଥା କରି ଲୋକଙ୍କୁ ଊନ୍ନତ ସେବା ଯୋଗାଇବାକୁ ସେ ପରାମର୍ଶ ଦେଇଥିଲେ । ଏହି ପରିଦର୍ଶନ ସମୟରେ ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ନାୟକ, ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।