ଯାଜପୁର ଲଲିତେଶ୍ଵର ଆଦିବାସୀ ବସ୍ତିରେ ଅଗ୍ନିକାଣ୍ଡ

ଯାଜପୁର ଲଲିତେଶ୍ଵର ଆଦିବାସୀ ବସ୍ତିରେ ଅଗ୍ନିକାଣ୍ଡ

ଓଡିଶା ଜିଲ୍ଲା ଯାଜପୁର ରାଜ୍ୟ

#ଯାଜପୁର_ଲଲିତେଶ୍ଵର_ଆଦିବାସୀ_ବସ୍ତିରେ_ଅଗ୍ନିକାଣ୍ଡ    ଯାଜପୁର: (ବିଶ୍ବଜିତ ରଣା) ଯାଜପୁର ସହର କଲେଜ ରୋଡର ଲଲିତେଶ୍ଵର ନିକଟସ୍ଥ ଆଦିବାସୀ ବସ୍ତିରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ସୂଚନା ଅନୁସାରେ ଇଲେକ୍ଟ୍ରିକ୍ ସର୍ଟ ସର୍କିଟରୁ ନିଆଁ ଲାଗି ୪ଟି ପରିବାରର ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଅକ୍ଳାନ୍ତ ପରିଶ୍ରମ କରି ନିଆଁକୁ ଆୟତ କରିଥିଲେ ମଧ୍ୟ ସମସ୍ତ ଆସବାସ ପତ୍ର ସହିତ ଟଙ୍କା ବାସନକୁସନ ଆଦି ପୋଡ଼ି ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡରେ ବାସହରା ପରିବାର ଦିନ ମଜୁରିଆ ହୋଇଥିବାରୁ ସେମାନଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବା ଲାଗି ସାଧାରଣରେ ଦାବି ହୋଇଛି।