ଜିଲ୍ଲା ଧାନ ସଂଗ୍ରହ କମିଟିର ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ

ଜିଲ୍ଲା ଧାନ ସଂଗ୍ରହ କମିଟିର ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ

ଓଡିଶା ଜିଲ୍ଲା ଯାଜପୁର

#ଜିଲ୍ଲା_ଧାନ_ସଂଗ୍ରହ_କମିଟିର_ସ୍ୱତନ୍ତ୍ର_ବୈଠକ     ଯାଜପୁର :  (ବିଶ୍ବଜିତ ରଣା)ଜିଲ୍ଲାରେ ଚାଷୀ ମାନଙ୍କ ଠାରୁ ଧାନ ସଂଗ୍ରହ ନିୟମ ଭିତିକ କରିବା ସହ ଯେପରି ଅଭାବି ବିକ୍ରି ନ ହୁଏ ଓ ଟୋକନ ପ୍ରାପ୍ତ ଚାଷୀଙ୍କ ଠାରୁ ସଠିକ ଭାବେ ଧାନ ସଂଗ୍ରହ କରାଯାଏ, ସେହି ଉଦ୍ଦେଶ୍ୟରେ ଜିଲ୍ଲା ସ୍ତରୀୟ ସ୍ୱତନ୍ତ୍ର ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା । ଏଥିରେ
ଯୋଗଦେଇ କୋରାଇ ବିଧାୟକ ଅଶୋକ କୁମାର ବଳ ଚାଷୀ ମାନଙ୍କ ଠାରୁ ଧାନ ସଂଗ୍ରହ ସମସ୍ୟା ସଂପର୍କରେ ବିଧାନ ସଭାରେ ଆଲୋଚନା ପରେ ଏହି ସ୍ୱତନ୍ତ୍ର ବୈଠକର ଆୟୋଜନ କରାଯାଇଚ୍ଥି ବୋଲି କହିଥିଲେ । ଯେ ହେତୁ ଟୋକନ ବ୍ୟବସ୍ଥା କରାଯାଇଚ୍ଥି ଓ ଚାଷୀମାନେ ଟୋକନ ପାଉଚ୍ଥନ୍ତି ତେବେ ଧାନ ବିକ୍ରି ସମୟରେ କେତେକ ସମସ୍ୟାର ସମ୍ମୁଖୀନ ହେଉଥିବାର ଅଭିଯୋଗ ହେଉଚ୍ଥି ।

ଠିକ୍ ସମୟରେ ଧାନ ମଣ୍ଡିରୁ ନ ଉଠିବା, ମିଲର ମାନେ ଠିକ୍ ସମୟରେ ମଣ୍ଡିରେ ନ ପହଂଚିବା, ଅନେକ ଚାଷୀ ପଞ୍ଜିକୃତ ହୋଇ ନଥିବାରୁ ଧାନ ବିକ୍ରୟ କରିବାରେ ସମସ୍ୟାର ସମ୍ମୁଖୀନ ହେଉଚ୍ଥନ୍ତି ବୋଲି ସେ କହିବା ସହ ଏହାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦେଇଥିଲେ । ଜିଲ୍ଲାରେ ଏହାର ସମାଧାନର ପ୍ରସ୍ତାବ ଗୁଡିକୁ ସରକାରଙ୍କୁ ଅବିଳମ୍ୱେ ପ୍ରଦାନ କରାଗଲେ ସେ ସଂପର୍କରେ ସରକାର ବିହିତ ବ୍ୟବସ୍ଥା ଗ୍ରହଣ କରିବେ ବୋଲି ସେ କହିଥିଲେ । ଜିଲ୍ଲା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି ଚାଷୀ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ହଇରାଣ ନ କରି ଯେପରି ସହଜ ଓ ସରଳ ଭାବେ ତାଙ୍କ ଠାରୁ ଧାନ ସଂଗ୍ରହ ସହ ଊଚିତ ପ୍ରାପ୍ୟ ପ୍ରଦାନ କରାଯାଏ, ସେଥିପ୍ରତି ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀ ମାନେ ଉତରଦାୟୀ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।

ଯାଜପୁର ବିଧାୟକଙ୍କ ପ୍ରତିନିଧି କର୍ଣ୍ଣାଟ କେଶରୀ ଦାସ ଚାଷୀ ସମ୍ମାନର ସହ ଯେପରି ମଣ୍ଡିରେ ବିନା ଅସୁବିଧାରେ ଧାନ ଦେଇପାରିବେ ସେଥିପାଇଁ ବ୍ୟବସ୍ଥା କରିବାକୁ ମତବ୍ୟକ୍ତ କରିଥିଲେ । ଭାରପ୍ରାପ୍ତ ଜିଲ୍ଲାପାଳ ଇନ୍ଦ୍ରମଣି ନାୟକ ଏଥିରେ ଅଧ୍ୟକ୍ଷତା କରିବା ସହ ଧାନ କ୍ରୟରେ କୈାଣସି ଅନିୟମିତତା ବା ଚାଷୀ ମାନଙ୍କୁ ହଇରାଣ କରାଗଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଇ ଦେଇଥିଲେ । ଊପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ଚାଷୀ ମାନେ କୈାଣସି କ୍ଷେତ୍ରରେ ଅବହେଳାର ଶିକାର ହେଲେ ଓ ଅଭିଯୋଗ କଲେ ତାହାର ତୁରନ୍ତ ସମାଧାନ କରି ଧାନ କ୍ରୟକୁ ତ୍ୱରାନ୍ୱିତ ପାଇଁ ଅନୁରୋଧ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏ.ଆର.ସି.ଏସ୍. ସ୍ୱାତୀବାଳା ମହାପାତ୍ର,ଜିଲ୍ଲା ଯୋଗାଣ ଅଧିକାରୀ ସୁରେନ୍ଦ୍ର ହୋତା, ସହକାରୀ ଯୋଗାଣ ଅଧିକାରୀ ପ୍ରହଲ୍ଳାଦ ସେଠୀ, ବିଧାୟକ ମାନଙ୍କ ପ୍ରତିନିଧି, ମିଲର, ଚାଷୀ, ପ୍ରତିନିଧି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ଚଳିତ ବର୍ଷ ୩୨୪୬୪ ଜଣ ଚାଷୀ ନାମ ପଞ୍ଜିକୃତ କରିଥିବା ବେଳେ ବର୍ତମାନ ସୁଦ୍ଧା ୨୧୧୪୮ ଜଣ ଧାନ ବିକ୍ରୟ କରିଚ୍ଥନ୍ତି । ମୋଟ ୧୧୬୯୧୧୭.୬୪ କ୍ୱିଣ୍ଟାଲ ଧାନ ସଂଗ୍ରହର ଧାର୍ଯ୍ୟଲକ୍ଷ୍ୟ ମଧ୍ୟରୁ ବର୍ତମାନ ସୁଦ୍ଧା ୧୦୮୫୧୮୦କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯାଇଚ୍ଥି ବୋଲି ଯୋଗାଣ ବିଭାଗ ସୂତ୍ରରୁ ପ୍ରକାଶ ।