ଦିଗପହଣ୍ଡି ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ଅପମିଶ୍ରିତ ମଦପୋଚ ନଷ୍ଟ

ଦିଗପହଣ୍ଡି ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ଅପମିଶ୍ରିତ ମଦପୋଚ ନଷ୍ଟ

ଓଡିଶା ଅପରାଧ ଗଞ୍ଜାମ

 #ବିପୁଳ_ପରିମାଣର_ଅପମିଶ୍ରିତ_ମଦପୋଚ_ନଷ୍ଟ         ଦିଗପହଣ୍ଡି   :  ଗଞ୍ଜାମ ଜିଲ୍ଲାପାଳ  ବିଜୟ ଅମୃତା କୁଲାଙ୍ଗେ ଓ ବ୍ରହ୍ମପୁର ଅବକାରୀ ଅଧିକ୍ଷକ ରାମଚନ୍ଦ୍ର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ଦିଗପହଣ୍ଡି ଅବକାରୀ ଉପନିରୀକ୍ଷକ ଅଭିରାମ ସାହୁଙ୍କ ତତ୍ତ୍ୱାବଧାନରେ ସଦଳବଳେ ଗଞ୍ଜାମ – ଗଜପତି ଜିଲା ସୀମାନ୍ତ ଦୁର୍ଗମ ଜଙ୍ଗଲରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଅପମିଶ୍ରିତ ମଦପୋଚ ନଷ୍ଟ କରାଯାଇଥିବା ଜଣାପଡ଼ିଛି । ଖବରନୁଯାୟୀ , ଶୁକ୍ରବାର ଭୋରରୁ ପାଟପୁର ଥାନା ଅନ୍ତର୍ଗତ ବିଚ୍ଛାପଟା ଓ ଜୁଆଣପଲ୍ଲୀ ଅଧିନସ୍ଥ ଦୁର୍ଗମ ଜଙ୍ଗଲ ଅଞ୍ଚଳରେ ମଦ ପ୍ରସ୍ତୁତ କରାଯାଇ ବିଭିନ୍ନ ଗ୍ରାମକୁ ଚୋରାଚାଲାଣ ହେଉଥିବା ଖବରପାଇ ସଦଳବଳେ ଚଢାଉ କରିଥିଲେ । ଏହା ଜାଣିପାରି ମଦ ମାଫିଆମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଏହାପରେ ଘଟଣାସ୍ଥଳରେ ଅବକାରୀ କର୍ମଚାରୀମାନେ ପହଞ୍ଚି ପୂର୍ବରୁ ପ୍ରସ୍ତୁତ ରହିଥିବା ୧୮୫୦ କିଲୋ ଅପମିଶ୍ରିତ ମଦପୋଚକୁ ନଷ୍ଟ କରି ଫେରିଥିବା ଜଣାପଡିଛି । ଏନେଇ ଅବକାରୀ ବିଭାଗ ମାମଲା ନଂ ୩୩/୨୦-୨୧ ଅନୁସାରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି । ଏହି ଚଢାଉ ସମୟରେ  ଏଏସ୍ଆଇ ରବିନ୍ଦ୍ରନାଥ ପାଢ଼ୀ , ନିରଞ୍ଜନ ବେହେରା , ଡମ୍ବରୁ ବେହେରା , ଅଜୟ କୁମାର ସାହୁ , ପଦ୍ମାବତୀ ସେଠୀ ପ୍ରମୁଖ ସାମିଲ ଥିଲେ ।