ଥାନା ଅଧିକାରୀ ବ୍ୟାଙ୍କରେ ପହଞ୍ଚି ସାମଜିକ ଦୂରତା ରକ୍ଷା ପାଈଁ କଲେ ଟୋକନ ବ୍ୟବସ୍ଥା

ଥାନା ଅଧିକାରୀ ବ୍ୟାଙ୍କରେ ପହଞ୍ଚି ସାମଜିକ ଦୂରତା ରକ୍ଷା ପାଈଁ କଲେ ଟୋକନ ବ୍ୟବସ୍ଥା

ଓଡିଶା ଜିଲ୍ଲା ନୟାଗଡ଼
#ସାମଜିକ_ଦୂରତା_ରକ୍ଷା_ପାଈଁ_ହେଲା_ଟୋକନ_ବ୍ୟବସ୍ଥା         ନୟାଗଡ : (ଶ୍ରୀକାନ୍ତ କୁମାର ରାଉତ) : କରୋନା ପାଇଁ ବିଶେଷତଃ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଉ ଥିବା ବେଳେ ଜନଧନ ଆକାଉଣ୍ଟକୁ ୫୦୦ ଟଙ୍କା ଏବଂ ଉଜ୍ବଳl ହିତାଧିକାରୀଙ୍କ ଆକାଉଣ୍ଟକୁ ଗ୍ୟାସ ବାବଦର ଅର୍ଥ ଆସୁଛି l ଯାହାକୁ ନେଇ କିଏ ଟଙ୍କା ଉଠାଇବା ପାଇଁ ତ ପୁଣି କିଏ ଖାତା ଚେକ କରିବା ପାଇଁ ବ୍ୟାଙ୍କ ସମ୍ମୁଖରେ ଭିଡ଼ ଜମାଉଛନ୍ତି l ଯାହାକୁ ନେଇ ବ୍ୟାଙ୍କ ଗୁଡିକ ସମ୍ମୁଖରେ ନାହିଁ ନଥିବା ଭିଡ଼ ଜମିବା ଓ ଏକାଠି ରୁଣ୍ଡ ହେବା  ସହ ସାମାଜିକ ଦୂରତା ନିୟମକୁ ନମlନିବା ଭଳି ପରିସ୍ଥିତି ସୃଷ୍ଟି ହେଉଛି l ଏଭଳି ପରିସ୍ଥିତି ଦେଖିବାକୁ ମିଳିଥିଲା ନୟାଗଡ ଜିଲ୍ଲା ଭାପୁର ବ୍ଲକ ସ୍ଥିତ ଓ ବାହାଡା ସ୍ଥିତ ସମସ୍ତ ବ୍ୟାଙ୍କରେ l ଯାହାକୁ ଆଖି ଆଗରେ ରଖି ଫତେଗଡ ଥାନl ଅଧିକାରୀ ଗିରିଜା ନନ୍ଦନ ପଟନାୟକ  ପ୍ରତ୍ୟେକ ବ୍ୟାଙ୍କରେ ବୁଲି ବୁଲି ଟାଇମ ଅନୁସାରେ ଟୋକନ ବ୍ୟବସ୍ଥା  କରିଛନ୍ତି ଯାହା ଦ୍ୱାରା କି ଲୋକଙ୍କ ଭିଡ଼ କୁ ନିୟନ୍ତ୍ରଣ କରିବା ସହ ସାମାଜିକ ଦୂରତାକୁ ମଧ୍ୟ ବଜାୟ ରଖା ଯାଇପାରିଥିଲା l