କ୍ଷୀର ବ୍ୟବସାୟୀ ହତ୍ୟା ଘଟଣାରେ ମାଷ୍ଟର୍ ମାଇଣ୍ଡ ସହ ଦୁଇ ଅଭିଯୁକ୍ତ ଗିରଫ

କ୍ଷୀର ବ୍ୟବସାୟୀ ହତ୍ୟା ଘଟଣାରେ ମାଷ୍ଟର୍ ମାଇଣ୍ଡ ସହ ଦୁଇ ଅଭିଯୁକ୍ତ ଗିରଫ

ଓଡିଶା ଅପରାଧ ଗଞ୍ଜାମ

#ମାଷ୍ଟର୍_ମାଇଣ୍ଡ_ସହ_ଦୁଇ_ଅଭିଯୁକ୍ତ_ଗିରଫ                 ବ୍ରହ୍ମପୁର : ଗତ ୧୩ ତାରିଖ ରାତିରେ ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ହିଲପାଟଣା ଅଞ୍ଚଳରେ ଘଟିଥିବା ହତ୍ୟା ଘଟଣାରେ ପୋଲିସକୁ ମିଳିଛି ସଫଳତା । ଶୁକ୍ରବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସପି  ପିନାକ ମିଶ୍ର ଦେଇଥିବା ସୂଚନା ଅନୁଯାୟୀ, କ୍ଷୀର ବ୍ୟବସାୟୀ ଲମ୍ବୋଦୋର ମୁନିଙ୍କ ହତ୍ୟା ଘଟଣାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଦୁଇ ଜଣ ସହଯୋଗୀ ଫେରାର ଅଛନ୍ତି । ଗିରଫ ତିନି ଅଭିଯୁକ୍ତ ହେଲେ ରୂପେଶ୍ ପାଢୀ,ଶିବ ମହାଙ୍କୁଡ଼ ଓ ରଞ୍ଜିତ ସାହୁ ଏବଂ ଦୁଇ ଫେରାର ଅଭିଯୁକ୍ତ ହେଲେ ସନ୍ତୋଷ ସାହୁ ଓ ଶ୍ରୀନୁ ପାତ୍ର । କ୍ଷୀର ବ୍ୟବସାୟୀଙ୍କ ଗାଡି ଚାଳକ ରୂପେଶ୍ ପାଢୀ ଓରଫ୍ ଲାଲା ଘଟଣାର ମାଷ୍ଟର୍ ମାଇଣ୍ଡ ଥିଲା । ଗତ ୧୩ ତାରିଖ ବିଳମ୍ବିତ ରାତିରେ ସେ ଘର ବାହାରେ ଅପେକ୍ଷା କରିଥିବା ବେଳେ ଅନ୍ୟ ୪ଜଣ ଦୁବୃତ୍ତ ଘର ଭିତରେ ପଶିଥିଲେ ଏବଂ ଆଲ୍‌ମାରୀ ଭାଙ୍ଗି ୬ ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଥିଲେ । ପ୍ରଥମେ ଲୁଟ୍ ତରାଜ୍ ପରେ ଗୋଡକୁ ଗାମୁଛାରେ ବାନ୍ଧି ବିଭତ୍ସ ଭାବେ ହତ୍ୟା କରିଥିଲେ । ଗିରଫ ଅଭିଯୁକ୍ତଙ୍କ ଠାରୁ ୪ ଲକ୍ଷ ନଗଦ ଟଙ୍କା ସହ ସୁନା ଚେନ୍,ମୁଦି ଏବଂ କାନ ଫୁଲ ଇତ୍ୟାଦି ଦଶ ଭରିରୁ ଅଧିକ ସୁନା ଜବତ କରାଯାଇଛି । ଫେରାର ଥିବା ଅଭିଯୁକ୍ତଙ୍କୁ ମଧ୍ୟ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି  ଏସ୍.ପି ସୂଚନା ଦେଇଛନ୍ତି।  ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।