ପ୍ରବାସୀ ଓଡିଆଙ୍କ କ୍ୱାରେଣ୍ଟାଇନ୍ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ପ୍ରବାସୀ ଓଡିଆଙ୍କ କ୍ୱାରେଣ୍ଟାଇନ୍ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ଓଡିଶା ବଡ ଖବର

#ପ୍ରବାସୀ_ଓଡିଆଙ୍କ_କ୍ୱାରେଣ୍ଟାଇନ୍_ଖର୍ଚ୍ଚ_ବହନ_କରିବେ_ରାଜ୍ୟ_ସରକାର         ଭୁବନେଶ୍ୱର  :  ଓଡିଶାକୁ ଫେରିବାକୁ ଥିବା ପ୍ରବାସୀ ଓଡ଼ିଆ ଏଠାରେ ପହଂଚିବା ପରେ ୧୪ ଦିନିଆ କ୍ୱାରେଂଟାଇନ୍ ରେ ରହିବା ବାଧ୍ୟତାମୂଳକ । ଏହି କ୍ୱାରେଂଟାଇନ୍ ସମୟରେ ସବୁ ଖର୍ଚ୍ଚ ସରକାର ବହନ କରିବେ ବୋଲି ମଙ୍ଗଳବାର ଘୋଷଣା କରାଯାଇଛି । ଏନେଇ ରାଜ୍ୟ ବିପର୍ଯ୍ୟୟ ପରି·ଳନା ବିଭାଗ ପକ୍ଷରୁ ପଂଚାୟତିରାଜ ଓ ଗୃହନିର୍ମାଣ ବିଭାଗକୁ ଚିଠି ଲେଖାଯାଇଛି ।

କ୍ୱାରେଂଟାଇନରେ ପ୍ରତି ସାବାଳକଙ୍କ ପାଇଁ ଜଣ ପିଛା ଖାଦ୍ୟ ବାବଦରେ ଖର୍ଚ୍ଚ ହେବ ୧୨୦ ଟଙ୍କା ଓ ୧୪ ବର୍ଷରୁ କମ୍ ବୟସ ପିଲାଙ୍କ ପାଇଁ ଖାଦ୍ୟ ବାବଦରେ ୧୦୦ ଟଙ୍କା ଖର୍ଚ୍ଚ ହେବ । ପ୍ରତି ବ୍ୟକ୍ତିଙ୍କ ସ୍ୱଚ୍ଛତା ରକ୍ଷା ବାବାଦରେ ୩୦୦ ଟଙ୍କା ଖର୍ଚ୍ଚ କରାଯିବ । କ୍ୱାରେଂଟାଇନ୍ କ୍ୟାମ୍ପରେ ପ୍ରତ୍ୟକ ଦିନ ସକାଳ ୮ଟାରୁ ୯ଟା ମଧ୍ୟରେ ଜଳଖିଆ , ମଧ୍ୟାହ୍ନ ୧୨ଟା ୩୦ରୁ ୨ ଟା ମଧ୍ୟରେ ମଧ୍ୟାହ୍ନ ଭୋଜନ, ସଂଧ୍ୟାରେ · ଓ ବିସ୍କୁଟ୍ ଏବଂ ସାଢେ ୭ଟାରୁ ୯ଟା ମଧ୍ୟରେ ରାତ୍ରି ଭୋଜନ ଯୋଗାଇ ଦିଆଯିବ । ସେହିପରି ସମସ୍ତଙ୍କୁ ଦାନ୍ତ ଘଷା ବ୍ରସଠାରୁ ଆରମ୍ଭ କରି ସାବୁନ, ତେଲ, ମାସ୍କ , ସାନିଟାଇଜର, ମଗ , ବାଲଟି ପ୍ରଭୃତି ଯୋଗାଇ ଦିଆଯିବ । ପ୍ରତ୍ୟେକ ବେଡ ପାଇଁ ଦୁଇଟି ବେଡସିଟ୍ ଓ ଦୁଇଟି ତକିଆ ରହିବ ।

ସଫାସୁତୁରା, ସାନିଟାଇଜେସନ୍, ସୁରକ୍ଷା ବାବଦରେ ଦୈନିକ ଖର୍ଚ୍ଚ୨ ହଜାର ଟଙ୍କା ଭିତରେ ରଖାଯିବ । ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପରେ ପ୍ରତ୍ୟେକ ବ୍ୟକ୍ତି ଓ ତାଙ୍କ ବାବଦରେ ଖର୍ଚ୍ଚକୁ ରେଜିଷ୍ଟ୍ରାରରେ ଲେଖାଯିବ । ପ୍ରତ୍ୟେକ ଜିଲ୍ଲା ଏହାର ସମସ୍ତ ତଥ୍ୟକୁ ୱେବସାଇଟରେ ଅପଲୋଡ୍ କରିବେ ବୋଲି କହିଛନ୍ତି ସରକାର । ପ୍ରତ୍ୟେକ ଦିନ ଏସବୁ କାମର ତଦାରଖ କରାଯିବ ବୋଲି କହିଛନ୍ତି ସରକାର ।
ଏହାଛଡ଼ା କ୍ୱାରେଂଟାଇନ ସେଂଟରରେ ପଡ଼ିବାକୁ ଥିବା ବେଡ କିଣାଯିବ ନ ହେଲେ ଭଡ଼ାରେ ଅଣାଯିବ । ଏ ଖର୍ଚ୍ଚ ରାଜ୍ୟ ବିପର୍ଯ୍ୟୟ ରିଲିଫ ଫଣ୍ଡରୁ କରାଯିବ । ତେବେ କ୍ୱାରେଂଟାଇନ ସେଂଟରର ପରି·ଳନା ଓ ଖର୍ଚ୍ଚ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିୟମାବଳୀ ଜାରି କରାଯାଇଛି । ସେହି ଆଧାରରେ ଏହି ଟଙ୍କା ଖର୍ଚ୍ଚ କରାଯିବ ।ଗ୍ରାମ ପଂଚାୟତ ବା ପୌରପରିଷଦ ଦ୍ୱାରା କ୍ୱାରେଂଟାଇନ ସେଂଟର ପରି·ଳନା କରାଯିବ ।