ଜୁଆ ଆଡ୍ଡା ରେ ଚଢ଼ାଉ ଜୁଆଡ଼ି ଗିରଫ

ଜୁଆ ଆଡ୍ଡାରେ ଚଢ଼ାଉ ଜୁଆଡ଼ି ଗିରଫ

ଓଡିଶା ଗଞ୍ଜାମ ଜିଲ୍ଲା

#ଜୁଆ_ଆଡ୍ଡାରେ_ଚଢ଼ାଉ_ଜୁଆଡ଼ି_ଗିରଫ       ବ୍ରହ୍ମପୁର  : ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ପୋଲିସ ପକ୍ଷରୁ ରବିବାର ସନ୍ଧ୍ୟାରେ ସ୍ଥାନୀୟ ଅଞ୍ଚଳରେ ଦୀର୍ଘ ଦିନ ଧରି ବେଧଡକ ଭାବେ ଚାଲିଥିବା ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି ୧୦ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ୧୮ ହଜାର ଟଙ୍କା ଓ ତାସ ମୁଠା ଜବତ କରିଥିବା ଜଣାପଡିଛି । ଖବରନୁଯାୟୀ , ବର୍ତ୍ତମାନ ଲକଡାଉନ କଟକଣା ଜାରି ରହିଥିବା ବେଳେ ଜୁଆଡି ମାନେ ସ୍ଥାନୀୟ ରାଣୀ ସାହିରେ ବହୁଦିନ ଧରି ତ୍ରିନାଥ ନାୟକଙ୍କ ଘରେ ଜୁଆଖେଳ ଖେଳି ଆସୁଥିଲେ । ଦିଗପହଣ୍ଡି ପୋଲିସ ରବିବାର ଦିନ କୈାଣସି ବିଶେଷ ସୁତ୍ରରୁ ଖବରପାଇ ସ୍ଥାନୀୟ ଥାନା ଅଧିକାରୀ ବସନ୍ତ କୁମାର ସେଠୀଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀ ସଦଳବଳେ ଚଢାଉ କରିଥିଲେ । ପୋଲିସ ଘଟଣାସ୍ଥଳରୁ ସ୍ଥାନୀୟ ଅଞ୍ଚଳରୁ ୧୦ ଜଣକୁ ଗିରଫ କରିବା ସହ ଟଙ୍କା ଜବତ କରିଥିବା ଜଣାପଡିଛି । ଏନେଇ ଥାନା ମାମଲା ନଂ ୧୩୨/୨୦ ଅନୁଯାୟୀ ଅଭିଯୁକ୍ତ ମାନଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରାଯାଇଥିବା ଜଣାପଡ଼ିଛି।