ଗୋଟିଏ ଦିନରେ ସୁସ୍ଥ ହେଲେ ୧୭୮ କରୋନା ଆକ୍ରାନ୍ତ

ଗୋଟିଏ ଦିନରେ ସୁସ୍ଥ ହେଲେ ୧୭୮ କରୋନା ଆକ୍ରାନ୍ତ

ଓଡିଶା ବଡ ଖବର

#ସୁସ୍ଥ_ହେଲେ_୧୭୮_କରୋନା_ଆକ୍ରାନ୍ତ             ଭୁବନେଶ୍ୱର  :  ରାଜ୍ୟରେ ରବିବାର ଦିନ ଗୋଟିଏ ଦିନରେ ସର୍ବାଧିକ ୧୭୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ୧୮ ଟି ଜିଲ୍ଲାରୁ ସୁସ୍ଥ ହୋଇଥିବା ଏହି ୧୭୮ ଜଣଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ୧୮୯୪ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି ।
ସୁସ୍ଥ ବ୍ୟକ୍ତିମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୩୯ ଜଣ ଆକ୍ରାନ୍ତ ରହିଛନ୍ତି । ସେହିପରି ଗଜପତିର ୨୩ ଜଣ, ନୂଆପଡାର ୨୨ ଜଣ, ଭଦ୍ରକର ୧୭ ଜଣ, ନୟାଗଡ଼ର ୧୫ ଜଣ, ଗଞ୍ଜାମର ୧୪ ଜଣ, କେନ୍ଦ୍ରାପଡାର ୧୦ ଜଣ, ଢେଙ୍କାନାଳର ୯ ଜଣ, କନ୍ଧମାଳର ୯ ଜଣ, ସୁନ୍ଦରଗଡ଼ର ୬ ଜଣ, ୪ ଜଣ ବାଲେଶ୍ୱରର ରହିଛନ୍ତି । ଏହା ବ୍ୟତୀତ ବଲାଙ୍ଗୀର, କଟକ ଓ ମାଲକାନଗିରିର ୨ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସୁସ୍ଥଙ୍କ ମଧ୍ୟରେ ଜଗତସିଂହପୁର, ଝାରସୁଗୁଡା, ନବରଙ୍ଗପୁର ଓ ପୁରୀର ଜଣେ ଲେଖାଏଁ ରହିଛନ୍ତି ।
ଉଲ୍ଲେଖ୍ୟଯୋଗ୍ୟ ଯେ ରବିବାର ସକାଳେ ୧୬ ଟି ଜିଲ୍ଲାରୁ ୭୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏଥିସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୫୬କୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ରବିବାର ଗଂଜାମ ଜିଲ୍ଲାରେ ଜଣେ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିବା ପରେ ରାଜ୍ୟରେ କରୋନା ଜନିତ ମୃତକଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି ।