ବିଷମ କଟକରେ ଚୋରା ମଦ କାରବାର ବଢୁଛି

ବିଷମ କଟକରେ ଚୋରା ମଦ କାରବାର ବଢୁଛି

ଓଡିଶା ଜିଲ୍ଲା ରାୟଗଡା

#ବିଷମ_କଟକରେ_ଚୋରା_ମଦ_କାରବାର_ବଢୁଛି       ରାୟଗଡା   : ରାୟଗଡା ଜିଲ୍ଲା ବିଷମ କଟକ ରେ ଥିବା ବିଦେଶୀ ମଦ ଦୋକାନ ସରକାର ନିୟମ କୁ ଖୁଲମ ଖୁଲା ଅଵମାନନା କରି ଥିବା ଓ  ସକାଳ ୭ ରେ ବେଧଡକ ମଦ ବିକ୍ରି କରୁଥିବା ଖବର ଚର୍ଚ୍ଚା ର ବିଷଞ ପାଲଟିଛି। ଜିଲ୍ଲା ପାଳଙ୍କ ଦୃଷ୍ଟି ଆକର୍ଷଣ ପରେ ଉକ୍ତ ଦୋକାନ କୁ ବିଷମ କଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସିଲ କରିଛନ୍ତି। କିନ୍ତୁ ସେହି ଦୋକାନରେ ଥିବା ସେଲସ ମେନ ଲୋଭରେ ୧୦ ଗୁଣ ଚଢା ଦରରେ ମଦ ବିକ୍ରି କରିବା ଆଶାରେ ବିଭିନ୍ନ ବ୍ରାଣ୍ଡ ର ୩୯ ଲିଟର ବିଦେଶୀ ମଦ  ପାର୍ଶ୍ଵରେ ଥିବା ଏକ ଝୋପଡି  ଦୋକାନରେ  ଲୁଚାଇ ରଖିଥିବା ଖବର ବିଷମ କଟକ ପୋଲିସ ପାଇ ତୁରନ୍ତ ଚଢ଼ାଉ କରିଥିଲେ। ସେହି ଝୋପୋଡ଼ିରୁ ୩୯ ଲିଟର ବିଅର ଓ ବିଦେଶୀ ମଦ ବୋତଲ ଜବତ କରିବା ସହ ଉକ୍ତ ଦୋକାନ ର ମାଲିକ ହରିଶ ଚନ୍ଦ୍ର ମହାନ୍ତି ଓ ସେଲସ ମେନ ଜଗନ୍ନାଥ ପାତ୍ର ଓ ଅଭିମନୁ ସନ୍ତୋଶ୍ରୀ କୁ କେସ ନଂ ୪୦, ଦଫା ୨୬୯ ,୨୭୦,୧୦୯,୩୪ ଆଇପିସି  ଧାରାରେ ଓ ୫୨(କ) ଅବକାରୀ ଆକ୍ଟ ରେ ଗିରଫ କରାଯାଇଛି। ଦୁଇଜଣ ସେଲସ ମେନ ଗିରଫ ହୋଇଥିବା ବେଳେ ମାଲିକ ହରିଶ ଚନ୍ଦ୍ର ମିହାନ୍ତି ଙ୍କୁ ବର୍ତ୍ତମାନ ସୁଦ୍ଧା ଗିରଫ ହୋଇ ପାରି ନାହାନ୍ତି ।