ଚାଉଳ ପାଇ ନାହାନ୍ତି ଡିଲର, ଶିକ୍ଷା ବିଭାଗ ବାଣ୍ଟୁଛି ଟୋକନ

ଚାଉଳ ପାଇ ନାହାନ୍ତି ଡିଲର, ଶିକ୍ଷା ବିଭାଗ ବାଣ୍ଟୁଛି ଟୋକନ

ଓଡିଶା କେନ୍ଦ୍ରାପଡା ଜିଲ୍ଲା ବଡ ଖବର ରାଜ୍ୟ

#ଚାଉଳ_ପାଇ_ନାହାନ୍ତି_ଡିଲର     କେନ୍ଦ୍ରାପଡା   :   ଜିଲ୍ଲା ଶିକ୍ଷା ବିଭାଗ ମଧ୍ୟାନ ଭୋଜନ ବାବଦ ଚାଉଳ ପାଇଁ ଚାତ୍ରଛାତ୍ରୀ ମାନଙ୍କୁ ଟୋକନ ବାଣ୍ଟୁଥିବା ବେଳେ ସଂପୃକ୍ତ ଅଞ୍ଚଳର ଡିଲର ମାନଙ୍କୁ ଚାଉଳ ଦିଆ ଯାଇ ନଥିବା ଅଭିଯୋଗ ହୋଇଛି । ଟୋକନ ଧାରୀ ଛାତ୍ରଛାତ୍ରୀ ମାନେ ଡିଲର ଙ୍କୁ ଚାଉଳ ପାଇଁ ଦାବି କରୁଥିବା ବେଳେ କେଉଁ ଡିଲର ଚାଉଳ ଦେବ ଏହାର ସୂଚନା ମଧ୍ୟ ଟୋକନରେ ଦିଅ ଯାଇ ନାହିଁ । ଫଳରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଟୋକନ ଧରି ଡିଲରଙ୍କ ପାଖରେ ଗହଳି
କରୁଥିବା ଦେଖିବାକୁ ମିଳୁଛି । କରୋନା କଟକଣା ରେ ସ୍କୁଲ ବନ୍ଦ ଥିବାରୁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ବଦଳରେ ସେମାନଙ୍କୁ ଚାଉଳ ଦେବା ପାଇଁ ସରକାରଙ୍କ ପକ୍ଷରୁ
ନିର୍ଦ୍ଦେଶ ଦିଆ ଯାଇଥିଲା । ଏହାକୁ କାର୍ଯ୍ୟକାରୀ କରି ଶିକ୍ଷା ବିଭାଗ ଟୋକନ ବାଣ୍ଟି ବାହା ବାହା ନେଉଥିବା ବେଳେ ଯୋଗାଣ ବିଭାଗ ସହ ସମନ୍ୱୟ ଅଭାବରୁ ଡିଲର ମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ତୁରନ୍ତ ସଂପୃକ୍ତ ଅଂଚଳର ଡିଲର ମାନଙ୍କୁ ମଧ୍ୟାହ୍ନ ଭୋଜନ ବାବଦ ଚାଉଳ ଯୋଗାଇବା ପାଇଁ ଯୋଗାଣ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଅଭିଭାବକ ମାନେ ଦାବି କରିଛନ୍ତି ।