ସୀମାରେ ସବୁ ସମୟରେ ସତର୍କ ରହିବାକୁ କହିଲେ ସେନାମୁଖ୍ୟ

ଦେଶ -ବିଦେଶ ବଡ ଖବର

ନୂଆଦିଲ୍ଲୀ: ନୂଆ ସେନା ମୁଖ୍ୟ ଏମ୍‌ଏମ୍‌ ନାରାଭଣେ ମଙ୍ଗଳବାର କହିଛନ୍ତି ପାକିସ୍ତାନ ଓ ଚାଇନା ସୀମାରେ ନିୟୋଜିତ ସେନାବହିନୀକୁ ସବୁ ସମୟରେ ଆଲର୍ଟ ରହିବାକୁ କହିଛନ୍ତି। କଶ୍ମୀରରେ ‘ପ୍ରକ୍ସି ୱାର’ ଜାରି ରଖିଥିବା ସେନାବାହିନୀକୁ ମଧ୍ୟ ସମାନ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ସମସ୍ତ ଅପରେସନାଲ ଓ ଲଜିଷ୍ଟିକ୍‌ ଆବଶ୍ୟକତା ଯେମିତି ହେଉ ପୂରଣ କରାଯିବ।

ଆର୍ମି ଦିବସ ଉପଲକ୍ଷେ ୧.୩ ମିଲିଅନ୍‌ ସେନାବାହିନୀକୁ ସେ କହିଥିଲେ, ଭାରତୀୟ ସେନା ରାଷ୍ଟ୍ରରେ ନିଜର ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି। ଏହା କେବଳ ଏକ ଯୁଦ୍ଧ ସମ୍ପର୍କିତ ସଂଗଠନ ନୁହେଁ ବୋଲି ସେ କହିଛନ୍ତି। ନାରଭଣେ ଆହୁରି ମଧ୍ୟ କହିଛନ୍ତି, ଏହା ଦେଶର ମୂଲ୍ୟବାନ ଅନୁଷ୍ଠାନ। ଆମ ମୂଲ୍ୟବୋଧ ଅକ୍ଷୁଣ୍ଣ ରଖିବା ପାଇଁ ଆମେ ପ୍ରସ୍ତୁତ ରହିଥାଉ।

୩ଟି ସେବାକୁ ସମନ୍ୱିତ କରିବା ପାଇଁ ଚିଫ୍‌ ଅଫ୍‌ ଡିଫେନ୍ସଙ୍କ ଅଧୀନରେ ମିଲିଟାରୀ ଆଫେୟାର୍ସ ବିଭାଗ ଖୋଲାଯିବା ନେଇ ନିଆଯାଇଥିବା ନିଷ୍ପତ୍ତିକୁ ସ୍ୱାଗତ କରିଥିଲେ। ସେ ଏହି ଅବସରରେ ବିଶେଷ କରି ପାକିସ୍ତାନ, ଚାଇନା ଏବଂ ସିଆଚେନ୍‌ ଗ୍ଲାସିୟରରେ ନିୟୋଜିତ ସେନାବାହିନୀକୁ ସବୁ ସମୟରେ ସତର୍କ ରହିବାକୁ କହିଥିଲେ।