ନିଜ ଘରେ ସଙ୍ଗରୋଧ ରେ ଥିବା ସାତ ହଜାର ଙ୍କୁ ଯୋଗାଯୋଗ ରେ ରଖିଛି ପ୍ରଶାସନ

ନିଜ ଘରେ ସଙ୍ଗରୋଧ ରେ ଥିବା ସାତ ହଜାର ଙ୍କୁ ଯୋଗାଯୋଗ ରେ ରଖିଛି ପ୍ରଶାସନ

ଓଡିଶା କେନ୍ଦ୍ରାପଡା ଜିଲ୍ଲା ବଡ ଖବର

#ସଙ୍ଗରୋଧରେ_ଥିବା_ସାତ_ହଜାରଙ୍କୁ_ଯୋଗାଯୋଗରେ_ରଖିଛି_ପ୍ରଶାସନ       କେନ୍ଦ୍ରାପଡା  :   କେନ୍ଦ୍ରାପଡା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଦେଶରୁ ଓ ଅନ୍ୟ ରାଜ୍ୟରୁ କେନ୍ଦ୍ରାପଡା ଜିଲ୍ଲାକୁ ଆସିଥିବା ଲୋକ ମାନଙ୍କ ସଂପର୍କରେ ନିୟମିତ ଯୋଗାଯୋଗ ରଖା ଯାଇଥିବା ଜଣା ପଡିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଡାକ୍ତର ସଚ୍ଚିତାନନ୍ଦ ମିଶ୍ର ଙ୍କ ନେତୃତ୍ୱରେ ଏକ ୨୫ ଜଣିଆ ଟିମ ଏହି କ୍ୱାରେଣ୍ଟାଇନ ରେ ଥିବା ଲୋକ ମାନଙ୍କ ସହ ଫୋନ ମାଧ୍ୟମରେ ଯୋଗାଯୋଗ ରଖାଯାଇ ସେମାନଙ୍କ ସ୍ୱାସ୍ଥ୍ୟର ପରିସ୍ଥିତି ସଂପର୍କରେ ନିୟମିତ ତଦାରଖ କରାଯାଉଛି । ବିଦେଶରୁ ଆସିଥିବା ୫୩୯ ଜଣ ଓ ରାଜ୍ୟ ବାହାରୁ ୬୭୯୩ ଜଣ କେନ୍ଦ୍ରାପଡା ବାସିନ୍ଦା ଙ୍କୁ ପ୍ରଶାସନ ନଜର ରେ ରଖିଥିବା ସୂଚନା ମିଳିଛି । ରାସନ କାର୍ଡ ଧାରୀଙ୍କୁ ଏକ ହଜାର ଲେଖାଏଁ ଦିଆଯିବ ସହାୟତା କେନ୍ଦ୍ରାପଡା-୦୧/୦୪ ଜିଲ୍ଲାର କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ୨ଟି
ପୈାରାଂଚଳ ଓ ୯ଟି ବ୍ଲକର ରେସନକାର୍ଡ ଧାରୀ ହିତାଧିକାରୀ ମାନଙ୍କୁ କାର୍ଡ ପିଛା ହଜାର ଟଙ୍କା ଲେଖାଏଁ କରୋନା ସହାୟତା ରାଶି ବଣ୍ଟନ କରାଯିବ ବୋଲି ଜଣା ପଡିଛି । କରୋନା କଟକଣା ଲାଗୁ ହେବା ପରେ ଏହି ହିତାଧିକାରୀ ମାନେ କାମଧନ୍ଦା ନପାଇ ଦୁର୍ଦିନରେ କାଳତିପାତ କରୁଥିବାରୁ ସହାୟତା ସ୍ୱରୂପ ସେମାନଙ୍କୁ କାର୍ଡ ପିଛା ଏହି ଟଙ୍କା ସହାୟତା ଦିଆଯିବ । ଜିଲ୍ଲାର ମୋଟ ୩ ଲକ୍ଷ ୨ ହଜାର ୧୨ ଜଣ ଏହି ସହାୟତା ପାଇବେ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ରଜନୀକାନ୍ତ ଦାସ ସୂଚନା ଦେଇଛନ୍ତି ।