ଅସହାୟ ଙ୍କୁ ଖାଦ୍ୟ ପରସିଲା କୋଦଳା ଏନଏସି

ଅସହାୟ ଙ୍କୁ ଖାଦ୍ୟ ପରସିଲା କୋଦଳା ଏନଏସି

ଓଡିଶା ଗଞ୍ଜାମ ଜିଲ୍ଲା
#ଅସହାୟଙ୍କୁ_ଖାଦ୍ୟ_ପରସିଲା_କୋଦଳା_ଏନଏସି                କୋଦଳା  :      ମହାମାରୀ କରୋନା ପାଇଁ ଲକଡାଉନ ଥିବାବେଳେ ବହୁ ଅସହାୟ ବ୍ୟକ୍ତି ଭିକାରି ଓ ନିଃସହାୟ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖାଇବା ପିଇବା ନାହିଁ ।ଏହାକୁ ନେଇ ଜିଲ୍ଲାପ୍ରଶାସନର ନିର୍ଦ୍ଦେଶ କ୍ରମେ କୋଦଳା ଏନଏସି ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀ ଙ୍କ ତତ୍ଵାବଧାନ ରେ କନିଷ୍ଠ ଯନ୍ତ୍ରୀ ଜତିନ୍ଦ୍ର କୁମାର ବେହେରା ଙ୍କ ଉପସ୍ଥିତି ରେ କୋଦଳା ଖଲାଡିସାହି ମାଁ ଭଗବତୀ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ଵାରା ୬୦ଜଣ ଅସହାୟ ବ୍ରୂଦ୍ଧ ବ୍ରୂଦ୍ଧା ଙ୍କୁ ମାଗଣା ରନ୍ଧାଖାଦ୍ୟ ଦିଆଯାଉ ଥିବା ଜଣାପଡ଼ିଛି ।ଯଦି ଆବଶ୍ୟକ ପଡେ ଅଧିକରୁ ଅଧିକ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ପରିବେଷଣ କରାଯିବ ବୋଲି ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି ।ଏହି ଖାଦ୍ୟ ପରିବେଷଣ ସମୟ ରେ  ସଙ୍ଘ ସଦସ୍ୟ ସମେତ ଗୋଷ୍ଠୀ ସଂଯୋଜିକା ଲକ୍ଷ୍ମୀ ପାତ୍ର ,ରାଜେନ୍ଦ୍ର ପ୍ରସାଦ ସାହୁ , ହରିଶ ଚନ୍ଦ୍ର ରାଉଳ , ସ୍ୱପ୍ନ କୁମାର ସାହୁ ,ସନ୍ତୋଷ କୁମାର ପଣ୍ଡା ,ଦ୍ଵାରିକା ନାଥ ପାଢ଼ୀ ପ୍ରମୁଖ ସହଯୋଗ କରୁଥିବା ଜଣାପଡ଼ିଛି ।