ଗୀତରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି ସାର

ଓଡିଶା ଖୋର୍ଦ୍ଧା ଜିଲ୍ଲା ବଡ ଖବର ରାଜ୍ୟ

ବାଲିପାଟଣା: ଗୀତରେ ଗୀତରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି ସାର। ଡିଜିଟାଲ ଯୁଗରେ ସାର୍ ବି ତାଙ୍କର ପାଠ ପଢ଼ା ଶୈଳୀ ବଦଳାଇ ଦେଇଛନ୍ତି।  ବିଶେଷକରି ଛାତ୍ରଛାତ୍ରୀମାନେ ମୋବାଇଲ୍ ମାୟାରେ ପଡିଛନ୍ତି । ମୋବାଇଲ ନ ହଲେ ନ ଚଳେ । କେବଳ ଛାତ୍ରଛାତ୍ରୀ କାହିଁକି ବଡ ଲୋକ ମଧ୍ୟ ମୋବାଇଲ୍ ମାୟାରେ ବାୟା । ମାତ୍ର ଆମେ ଏପରି ଜଣେ ବିଜ୍ଞାନ ଶିକ୍ଷକ ଅଛନ୍ତି। ଯିଏ କି ଗୀତରେ ଗୀତରେ ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି। ଗୀତ ମାଧ୍ୟମରେ ବିଜ୍ଞାନ ସହ ଗଣିତକୁ ମଧ୍ୟ ପିଲାମାନଙ୍କୁ ସୁନ୍ଦର ଭାବେ ସାର୍‌ ବୁଝାଇ ପାରୁଛନ୍ତି।

ବାଲିପାଟଣା ବ୍ଲକ ପୁବାଗଡ ପଂଚାୟତ ଉଚ୍ଚ ବିଦ୍ୟାଳୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ବିଜ୍ଞାନ ଶିକ୍ଷକ ଜନ ରଂଜନ ପ୍ରଧାନ । ସାର୍ ପିଲାମାନଙ୍କୁ ଅତି ସୁନ୍ଦର ଭାବରେ ଗୀତରେ ଗୀତରେ ପାଠ ପଢାଇଥାଆନ୍ତି । ଗଣିତ ଏବଂ ବିଜ୍ଞାନ ପାଠକୁ ସହଜରେ ଗୀତ ମାଧ୍ୟମରେ ସାର୍ ପିଲାଙ୍କୁ ବୁଝାଇଥାଆନ୍ତି।  ପିଲାମାନଙ୍କୁ ବି ବୁଝିବାକୁ ସହଜ ହୁଏ ଏବଂ ସେମାନେ ଖୁବ୍ ଶିଘ୍ର ପାଠସବୁ ମନେରଖି ପାରନ୍ତି ବୋଲି ପିଲାମାନେ କହିଛନ୍ତି।

କେବଳ ପାଠପଢା ନୁହେଁ ଯେ କୌଣସି ପ୍ରସଙ୍ଗକୁ ଗୀତରେ ଗୀତରେ ଗାଇ ପ୍ରକାଶ କରିପାରନ୍ତି ସାର୍ । ପିଆଜ ରେଟ୍ ବଢିବା ହେଉ ଅବା ସ୍କୁଲ ସମ୍ପର୍କରେ ସୂଚନା, ବିନା ପ୍ରସ୍ତୁତିରେ ସଙ୍ଗେ ସଙ୍ଗେ ଗାଇପାରନ୍ତି ଜନରଂଜନ ସାର୍ । ମୋବାଇଲ୍ ଯୁଗରେ ସାର୍ ଙ୍କ ଏଭଳି ପ୍ରଚେଷ୍ଟାକୁ ସମସ୍ତେ ପ୍ରସଂଶା କରିଛନ୍ତି। ଗୀତରେ ଗୀତରେ ପିଲାମାନଙ୍କୁ ଭଲ ସଂସ୍କାର ଶିକ୍ଷା ବି ପ୍ରଦାନ କରିଥାନ୍ତି ରଂଜନ ସାର୍ । ସରକାରଙ୍କର ଶିକ୍ଷାନୀତି ‘ଆକ୍ଟିଭିଟି ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ପାଠପଢା’ ଜନ ରଂଜନ ସାରଙ୍କ ଯୋଗେ ସଫଳ ହେବା ପରି ମନେ ହୁଏ ।