ସରୋଜ ମହାପାତ୍ର ଜିଲ୍ଲା ବିଜେଡ଼ି ସଭାପତି 

ଯାଜପୁର ଜିଲ୍ଲା ବିଜେଡ଼ି ସଭାପତିଭାବେ ପୁନର୍ବାର ସରୋଜ ମହାପାତ୍ର ମନୋନୀତ

ଓଡିଶା ଜିଲ୍ଲା ବଡ ଖବର ଯାଜପୁର ରାଜ୍ୟ

#ସରୋଜ_ମହାପାତ୍ର_ଜିଲ୍ଲା_ବିଜେଡ଼ି_ସଭାପତି   ଯାଜପୁର : (ବିଶ୍ବଜିତ ମହାପାତ୍ର) ଯାଜପୁର ଜିଲ୍ଲାର ବିଜେଡ଼ିର ସଭାପତି ଭାବରେ ପୁନର୍ବାର ମନୋନୀତ ହୋଇଛନ୍ତି ସରୋଜ ମହାପାତ୍ର(ଲୁଟୁ) । ସେ ଦ୍ୱିତୀୟଥର ପାଇଁ ମନୋନୀତ ହୋଇଥିବାରୁ ସରୋଜଙ୍କୁ ଯାଜପୁର ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀର ବହୁ ବିଜେଡ଼ି କର୍ମୀ ଓ ନେତାମାନଙ୍କର ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଯାଜପୁର ଜିଲ୍ଲାର ୭ଟି ନିର୍ବାଚନମଣ୍ଡଳୀର ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ୍ ଅଧ୍ୟକ୍ଷ ଓ ନେତୃବର୍ଗ ଉପସ୍ଥିତ ରହି ସରୋଜଙ୍କୁ ଫୁଲତୋଡ଼ା ଦେଇ ଅଭିନନ୍ଦନ ଜଣାଇଥିଲେ ।

ସରୋଜଙ୍କ ନେତୃତ୍ୱରେ ଗତ ସାଧାରଣ ନିର୍ବାଚନରେ ୭ଟି ବିଧାନସଭା ଓ ଗୋଟିଏ ସାଂସଦ ଆସନରେ ବିଜେଡ଼ି ବିପୁଳ ବିଜୟ ହାସଲ କରିଥିଲା । ଏହାର ଜବାବରେ ସରୋଜ ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦମାନଙ୍କୁ ଧନ୍ୟବାଦ ଦେଇଥିଲେ । ଜିଲ୍ଲାର ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତାଙ୍କ ମୁଣ୍ଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁନର୍ବାର ଦାୟିତ୍ୱ ଦେଇଥିବାରୁ ତାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

ଏହି ଦାୟିତ୍ୱ ଦେବା ଫଳରେ ସେ ଆଗାମୀ ଦିନରେ ଅଧିକ ଦାୟିତ୍ୱର ସହିତ କାମ କରିବେ ବୋଲି ସରୋଜ କହିଛନ୍ତି । ତାଙ୍କର ଏହି ଗୁରୁଦାୟିତ୍ୱ ପାଇଥିବାରୁ ସେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନିକଟରେ କୃତଜ୍ଞ ବୋଲି ଜଣାଇଛନ୍ତି । ଜିଲ୍ଲା ସଭାପତି ଶ୍ରୀ ମହାପାତ୍ର ଛାତ୍ର ଜୀବନରୁ ଦଳୀୟ ସଙ୍ଗଠନରେ ନେତୃତ୍ୱ ନେବା ସହିତ ଭଲଭାବରେ କାର୍ଯ୍ୟ କରିଆସିଛନ୍ତି । ଆସନ୍ତା ଦିନଗୁଡ଼ିକରେ ମଧ୍ୟ ସେ ସଫଳରୂପେ ଦଳୀୟ କାର୍ଯ୍ୟ ତୁଲାଇବେ ବୋଲି ଜଣାଇଛନ୍ତି ।