କୁହୁଡି ଠାରେ ପ୍ରବାସୀ ଓଡ଼ିଆ ବସ୍‌ ଦୁର୍ଘଟଣା , ଡ୍ରାଇଭର ମୃତ

କୁହୁଡି ଠାରେ ପ୍ରବାସୀ ଓଡ଼ିଆ ବସ୍‌ ଦୁର୍ଘଟଣା , ଡ୍ରାଇଭର ମୃତ

#ପ୍ରବାସୀ_ଓଡ଼ିଆ_ବସ୍‌_ଦୁର୍ଘଟଣା_ଡ୍ରାଇଭର_ମୃତ            ଖୋର୍ଦ୍ଧା : ପ୍ରବାସୀ ଓଡିଆଙ୍କୁ ନେଇ ଆସୁଥିବା ବସ ପୁଣି  ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ବସ୍‌ର ଡ୍ରାଇଭର ମୃତ୍ୟୁବରଣ କରିଥିବା ବେଳେ ୨ ଜଣ  ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ମଙ୍ଗଳବାର ଭୋର ସମୟରେ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ମନ୍ତର୍ଗତ କୁହୁଡି ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଘଟଣାରୁ ପ୍ରକାଣ ଯେ, ମଙ୍ଗଳବାର ଭୋର ସମୟରେ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା  ହାଇଦ୍ରାବାଦରୁ ଖୋର୍ଦ୍ଧା,କେନ୍ଦ୍ରାପଡା ଓ ଜଗତସିଂହପୁର ର ୪୫ ଜଣ […]

Continue Reading

ତିନି କରୋନା ଆକ୍ରାନ୍ତଙ୍କ ଯାତ୍ରା ଇତିିହାସ ସଂପର୍କରେ ସୂଚନା ଦେଲେ ବିଏମସି କମିସନର

#ବମିଖାଲର_ତିନିଜଣ_କରୋନା_ଆକ୍ରାନ୍ତଙ୍କ_ଟ୍ରାଭେଲ୍_ହିଷ୍ଟ୍ରି_ଆସିଲା               ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) କମିସନର ପ୍ରେମ ଚନ୍ଦ୍ର ଚୌଧୁରୀ ତିନି ଜଣ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି ବା ଯାତ୍ରା ଇତିହାସ ସଂପର୍କରେ ସୂଚନା ଦେଇଛନ୍ତି । ଏହି ତିନି ଆକ୍ରାନ୍ତଙ୍କ ସଂକ୍ରମଣ ରାଜ୍ୟ ବାହାରୁ ହୋଇଥିବା ଅନୁମାନ କରାଯାଉଛି। ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଚୌଧୁରୀ ଭୁବନେଶ୍ବର ସୂର୍ଯ୍ୟନଗରରୁ ଚିହ୍ନଟ  ରାଜ୍ୟର ପଞ୍ଚମ କରୋନା ଆକ୍ରାନ୍ତଙ୍କ ଯାତ୍ରା ଇତିହାସ ସଂପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ପଞ୍ଚମ କରୋନା ଆକ୍ରାନ୍ତଙ୍କ […]

Continue Reading

ମଙ୍ଗଳାଯୋଡ଼ି ପକ୍ଷୀବଣ, ଚିଲିକା ରାଜହଂସ ଟାପୁ ଓ ବଡ଼କୂଳ କାଳିଜାଈ ନଳବଣକୁ ଦିନିକିଆ ଟୁର୍‌ ପ୍ୟାକେଜ୍‌

ଭୁବନେଶ୍ବର: ଇକୋ ଟୁରିଜିମ୍‌ ଟୁର୍‌ ପ୍ୟାକେଜ୍‌ ପର୍ଯ୍ୟଟକଙ୍କ ଦ୍ବାରା ବିପୁଳ ଆଦୃତ ହେବାରୁ ଆହୁରି ନୂଆ ଟୁର୍‌ ପ୍ୟାକେଜ୍‌ ଆରମ୍ଭ କରିଛି ରାଜ୍ୟ ପର୍ଯ୍ୟଟନ ବିଭାଗ। ଗତ ଜାନୁଆରି ମାସରେ ଓଟିଡିସି ଓ ଜଙ୍ଗଲ ବିଭାଗ ପକ୍ଷରୁ ଭିତରକନିକା ଓ ସାତକୋଶିଆ ପାଇଁ ଦିନିକିଆ ଟୁର୍‌ ପ୍ୟାକେଜ୍‌ର ଶୁଭାରମ୍ଭ ହୋଇଥିବା ବେଳେ ଟିକେଟ୍‌ ବୁକିଂ ତାରିଖରୁ ସପ୍ତାହେ ମଧ୍ୟରେ ସମସ୍ତ ବୁକିଂ ଶେଷ ହୋଇଯାଉଛି। ତେଣୁ ଏହି ସଫଳତାକୁ ଆଧାର କରି ଓଟିଡିସି ଓ ଜଙ୍ଗଲ ବିଭାଗ […]

Continue Reading

ଗୀତରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି ସାର

ବାଲିପାଟଣା: ଗୀତରେ ଗୀତରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି ସାର। ଡିଜିଟାଲ ଯୁଗରେ ସାର୍ ବି ତାଙ୍କର ପାଠ ପଢ଼ା ଶୈଳୀ ବଦଳାଇ ଦେଇଛନ୍ତି।  ବିଶେଷକରି ଛାତ୍ରଛାତ୍ରୀମାନେ ମୋବାଇଲ୍ ମାୟାରେ ପଡିଛନ୍ତି । ମୋବାଇଲ ନ ହଲେ ନ ଚଳେ । କେବଳ ଛାତ୍ରଛାତ୍ରୀ କାହିଁକି ବଡ ଲୋକ ମଧ୍ୟ ମୋବାଇଲ୍ ମାୟାରେ ବାୟା । ମାତ୍ର ଆମେ ଏପରି ଜଣେ ବିଜ୍ଞାନ ଶିକ୍ଷକ ଅଛନ୍ତି। ଯିଏ କି ଗୀତରେ ଗୀତରେ ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି। ଗୀତ ମାଧ୍ୟମରେ […]

Continue Reading

ବାର୍ଡ ଫ୍ଲୁ : ଭିତରକନିକାରେ ୨ ମୃତ, ଚିଲିକାରେ ୧୫ ଅସୁସ୍ଥ

ଖୋର୍ଦ୍ଧା/ ବ୍ରହ୍ମଗିରି/ରାଜନଗର: ବାର୍ଡ ଫ୍ଲୁ ଆତଙ୍କ ପରେ ଚିଲିକା ଓ ଭିତରକନିକାକୁ ଆସୁଥିବା ବିଦେଶାଗତ ପକ୍ଷୀ ଉପରେ ନଜର କେନ୍ଦ୍ରୀଭୂତ ହୋଇଛି। ତେବେ, ଭିତରକନିକାରେ ଦୁଇଟି ବିଦେଶୀ ପକ୍ଷୀ ମରିଥିବା ସୂଚନା ମିଳିବା ପରେ ରାଜନଗ2ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ବିଦେଶୀ ପକ୍ଷୀଙ୍କ ମଳ ଓ ପାଣି ନମୁନା ସଂଗ୍ରହ ପାଇଁ ପ୍ରାଣୀ ଚିକିତ୍ସାଳୟ ପକ୍ଷରୁ ରାଜନଗର ଡିଏଫ୍‌ଓଙ୍କୁ ଚିଠି ଲେଖାଯାଇଛି। ସେହିଭଳି, ଖୋର୍ଦ୍ଧା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ଚିଲିକା –ନଳବଣ ପକ୍ଷୀ ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ […]

Continue Reading

ଚଳିତ ବର୍ଷ ଚିଲିକାରେ ୧୧ ଲକ୍ଷ ୫ ହଜାର ୪୦ପକ୍ଷୀ

ବାଲୁଗାଁ: ଏସିଆ ମହାଦେଶର ସର୍ବବୃହତ୍ତ ଲୁଣି ହ୍ରଦ ‘ଚିଲିକା’ରେ ପକ୍ଷୀମାନଙ୍କର ସଂଖ୍ୟା ଚଳିତ ବର୍ଷ ବଢ଼ିଛି। ଏହି ବିଶାଳ ହ୍ରଦରେ ଏବର୍ଷ ୧୧ ଲକ୍ଷ ୫ ହଜାର ୪୦ଟି ବିଦେଶାଗତ ପକ୍ଷୀଙ୍କର ସମାଗମ ହୋଇଛି। ପକ୍ଷୀମାନଙ୍କ ଭିତରେ ରହିଛନ୍ତି ୧୧ ପ୍ରଜାତି। ଗତ ବର୍ଷ ଚିଲିକାକୁ ୧୦ ଲକ୍ଷ ୪୭ ହଜାର ୯୬୮ ପକ୍ଷୀ ଆସିଥିଲେ। ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ବନ୍ୟପ୍ରାଣୀ ଅଧିକାରୀ ଆଲୋକ ରଂଜନ ହୋତା ରବିବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, […]

Continue Reading

ସୋମବାର ଚିଲିକାରେ ପକ୍ଷୀ ଗଣନା

ବାଲୁଗାଁ : ଚଳିତ ବର୍ଷ ଚିଲିକାରେ ପକ୍ଷୀଗଣନା ଆସନ୍ତାକାଲି( ସୋମବାର ଦିନ) କରାଯିବ। ଏଥିନିମନ୍ତେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଓ ତାଲିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚିଲିକା ଡିଏଫଓ ଆଲୋକ ରଞ୍ଜନ ହୋତା ଓ ବମ୍ବେ ନାଚୁରାଲ୍ ହିଷ୍ଟ୍ରି ଆଣ୍ତ ସୋସାଇଟର ଉପ ନିର୍ଦ୍ଦେଶକ ଏସ୍‌ ବାଲଚନ୍ଦ୍ରନଙ୍କ ମିଳିତ ନେତୃତ୍ବରେ ପକ୍ଷୀ ଗଣନା ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ଚିଲିକା‌ ପକ୍ଷୀଗଣନା କାର୍ଯ୍ୟରେ ୧୫୦ଜଣ ନିୟୋଜିତ ହେବେ […]

Continue Reading