ପ୍ରବାସୀ ମାନଙ୍କ ରାଜ୍ୟକୁ ପ୍ରବେଶ ନେଇ ଓଡିଶା ହାଇକୋର୍ଟଙ୍କ ରାୟ ସୁପ୍ରିମ କୋର୍ଟରେ ସ୍ଥଗିତ

‘ସରକାରୀ ଚାକିରିରେ ସଂରକ୍ଷଣ ଦାବି ମୌଳିକ ଅଧିକାର ନୁହେଁ’

ଦେଶ -ବିଦେଶ ବଡ ଖବର

ନୂଆଦିଲ୍ଲୀ: ସରକାରୀ ଚାକିରିରେ କୋଟା କିମ୍ୱା ସଂରକ୍ଷଣ ଦାବି କରିବା ମୌଳିକ ଅଧିକାର ନୁହେଁ। ଏମିତିକି ରାଜ୍ୟର ସର୍ବୋଚ୍ଚ କୋର୍ଟ କୌଣସି ସରକାରକୁ ଏସସି, ଏସଟି ବର୍ଗର ଲୋକଙ୍କୁ ସଂରକ୍ଷଣ ଚାକିରିରେ ସଂରକ୍ଷଣ ଦେବା ପାଇଁ ନିର୍ଦ୍ଦେଶ ଦେଇପାରିବେ ନାହିଁ। ତେବେ ରାଜ୍ୟ ସରକାର ଚାହିଁଲେ ନିଜ ବିବେକ ଆଧାରରେ ଚାକିରିରେ ସଂରକ୍ଷଣ ବ୍ୟବସ୍ଥା ଏବଂ ପଦୋନ୍ନତୀରେ ସଂରକ୍ଷଣ ବ୍ୟବସ୍ଥା ବାବଦରେ ନିଷ୍ପତ୍ତି ନେଇପାରିବେ। ହେଲେ କୋଟା ବ୍ୟବସ୍ଥା ଲାଗୁ କରିବା ଅନିର୍ବାର୍ଯ୍ୟ ନୁହେଁ।

ସୂଚନାଯୋଗ୍ୟ, ୨୦୧୨ରେ ଉତ୍ତରାଖଣ୍ଡ ହାଇକୋର୍ଟ ନିର୍ଦ୍ଦିଷ୍ଟ ବର୍ଗଙ୍କର ପଦୋନ୍ନତି ପାଇଁ ସଂରକ୍ଷଣ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏବେ ହାଇକୋର୍ଟଙ୍କର ଏଭଳି ନିଷ୍ପତ୍ତିକୁ ବଦଳାଇ ଦେଇଛନ୍ତି ସୁପ୍ରିମକୋର୍ଟ। କୌଣସି ବର୍ଗଙ୍କୁ ସରକାରୀ ଚାକିରିରେ ସଂରକ୍ଷଣ ଦେବାର କ୍ଷମତା ରହିଥାଏ, ଯଦି ରାଜ୍ୟର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସେହିବର୍ଗଙ୍କ ସଂଖ୍ୟାରେ ଅସନ୍ତୁଳନ ଥିବା ନେଇ ରାଜ୍ୟ ସରକାର ଦର୍ଶାଇଥିବ।