ଖସୁଛି ଜଳ ସ୍ତର , ସାଙ୍ଘାତିକ ଜଳ ସଙ୍କଟ ର ସମ୍ମୁଖୀନ ହେବେ ରାୟଗଡା ଜିଲ୍ଲା ବାସୀ

ଖସୁଛି ଜଳ ସ୍ତର , ସାଙ୍ଘାତିକ ଜଳ ସଙ୍କଟ ର ସମ୍ମୁଖୀନ ହେବେ ରାୟଗଡା ଜିଲ୍ଲା ବାସୀ

ଓଡିଶା ଜିଲ୍ଲା ବଡ ଖବର ରାୟଗଡା
        #ସାଙ୍ଘାତିକ_ଜଳ_ସଙ୍କଟର_ସମ୍ମୁଖୀନ_ହେବେ_ରାୟଗଡା_ଜିଲ୍ଲା_ବାସୀ         ରାୟଗଡା    : ( ଗୁରୁ ପ୍ରସାଦ ସାହୁ )    ରାୟଗଡା ଜିଲ୍ଲାର ଚାରିପାଖ ଜଙ୍ଗଲ ଓ ପାହାଡ଼ ପର୍ବତ। ଏହି ଜିଲ୍ଲା ପାହାଡ଼ ଓ ପଥର ର ଉପରେ ଅବସ୍ଥାପିତ।  ଜିଲ୍ଲା ର ମାଟି ଉର୍ବର ସାଙ୍ଗକୁ  ଜିଲ୍ଲାର ବିଭିନ୍ନ ଭାଗରେ ଭରପୁର ଜଳ ସ୍ତର  ଥିଲା।  କେବେ ବି ଜଳ ସ୍ତର କମିବା ଜିଲ୍ଲା ବାସୀ ଜାଣି ନ ଥିଲେ । ରାୟଗଡ଼ା ଜିଲ୍ଲାର କୋଣ ଅନୁକୋଣରେ ଅନେକ ଜଳ ସ୍ରୋତ ବାହାରି ଅନେକ ନଦୀ ନାଳ  ଜିଲ୍ଲା ଦେଇ ପ୍ରବାହିତ ହୋଉ ଆସୁ ଥିଲା।  ପ୍ରବାହିତ ହେଉଥିବା ବଡ଼ ବଡ଼ ମୁଖ୍ୟ ନଦୀ ମାନଙ୍କ ମଧ୍ୟରେ ରହିଛି ନାଗାବଳୀ, ବଂଶଧାରା, କଲ୍ୟାଣୀ ଓ ଝଞ୍ଜାବତୀ। ଓ ଅନେକ ଛୋଟ ଛୋଟ ନଦୀ ଓ ନାଳ ପ୍ରବାହିତ ହୋଇ ଏହି ୪ଟି ବଡନଦୀ ସହ ସଂଯୋଗ ହୋଇଛି।  ଚଳିତ ବର୍ଷ ଗୁଣୁପୁର ଉପଖଣ୍ଡ ର ବଂଶଧାରା ରେ ଦେଖିବାକୁ ମିଳିଥିଲା ଗ୍ରୀଷ୍ମ ନ ଆସିବା ପୂର୍ବରୁ ନଦୀର ଜଳ ଶୁଖିଯାଇଥିଲା । ସେହିପରି କଲ୍ୟାଣୀ ଓ ଝଞ୍ଜାବତୀ ର ଅବସ୍ଥା ମଧ୍ୟ ସମାନ। ରାୟଗଡା ଦେଇ ଯାଉଥିବା ନାଗାବଳୀ ନଦୀ ର ଅବସ୍ଥା ଅନ୍ୟ ନଦୀ ଠାରୁ ତଦୃପ । ନାଗାବଳୀ ନଦୀରେ ଜଳର ପରିମାଣ ଅଧିକ ନ ଥିଲେ ମଧ୍ୟ ଜଳ ସ୍ରୋତ ଦେଖିବକୁ ମିଳିଛି । କିନ୍ତୁ ସେହି ଜଳ ରେ ଜଳୀୟ ଅଂଶ ଓ ମିନେରାଲ ର ପରିମାଣ ଶତକଡା ୧୦ ଭାଗ ରହିଛି। ବାକି ୯୦ ଭାଗ ବିଷାକ୍ତ ଜଳ କହିଲେ କିଛି ଭୁଲ ହେବନାହିଁ।
ଏପରି ଜଳ ସ୍ତର କମିବା ର ମୁଖ୍ୟ କାରଣ ଶିଳ୍ପ ପ୍ରତିଷ୍ଠାନ, ଜଙ୍ଗଲ ନଷ୍ଟ, ଛୋଟ ବଡ଼ କ୍ରସର । ଏମାନଙ୍କ  ଦ୍ୱାରା ନିର୍ଗତ ହେଉଥିବା ବିଷାକ୍ତ ଧୂଆଁ, ଓ ଡଷ୍ଟ ଦ୍ୱାରା ଜଳବାୟୁ ପ୍ରଦୂଷଣ  ହେବା ସହ   ହରା ଭରା ଜଙ୍ଗଲ ଦିନକୁ ଦିନ କ୍ଷିପ୍ର ଗତିରେ ନଷ୍ଟ ହେବାରେ ଲାଗିଛି। ଅନ୍ୟ ପଟେ ରାଜ୍ୟ ସରକାର ଭଲ ରୂପେ ଜାଣିଛନ୍ତି ଯେ  ୟୁକାଲିପଟାସ ବା ନୀଳଗିରି ବୃକ୍ଷ ଦ୍ୱାରା ଜଳ ସ୍ତରର ମାତ୍ରା ବହୁ ମାତ୍ରାରେ କ୍ଷୟ ହେବାର ସମ୍ଭାବନା ରହିଛି । ସବୁଜାଣି ମଧ୍ୟ ଏହି ବୃକ୍ଷକୁ ଅଧିକ ରୁ ଅଧିକ ରୋପଣ କରିବାରେ ଲାଗିଛନ୍ତି। ଏହି ନୀଳଗିରି ବୃକ୍ଷ ର କୌଣଶି ଉପକରିତା ନାହିଁ କେବଳ ଏହି ଵୃକ୍ଷରୁ କାଗଜ ଆମଦାନୀ ହୋଇ ପାରିବ ଓ ଏହି ଜିଲ୍ଲାରେ ଗଢି ଉଠିଥିବା ଜେ କେ କାଗଜ କଳର ପେପର ବାହାର କରିବା ପାଇଁ ମୁଖ୍ୟ କଞ୍ଚା ମାଲ ନୀଳଗିରି ଗଛ। ଏହି ନୀଳ ଗିରି ଗଛରୁ ପେପର ବାହାର କରିବା ପାଇଁ ବିଭିନ୍ନ ପ୍ରକାର କେମିକାଲ ପ୍ରୟୋଗ କରିଥାଏ। ଏହି କେମିକାଲ ଓ ମଇଳା ପଦାର୍ଥ କୁ ଜେ କେ କାଗଜ କଳ ଗୋଟିଏ ପଟେ ଜଳବାୟୁ ପ୍ରଦୂଷଣ କରୁଛି।  ନାଗାବଳୀ ନଦୀର ସ୍ବଚ୍ଛ ଓ ନିର୍ମଳ ଜଳ କୁ ନେଇ ବ୍ୟବହାର କରିବା ପରେ ସେଠାରୁ ବାହାରୁ ଥିବା ବିଷାକ୍ତ କେମିକାଲ ଓ ପଦାର୍ଥ କୁ ପୁଣି ନାଗାବଳୀ ନଦୀରେ ଛାଡିବା ଦ୍ୱାରା ନାଗାବଳୀ ନଦୀର ଜଳ ଏକ ବିଷାକ୍ତ ଜଳ ରୂପନେଉଛି। ଏହି ବିଷାକ୍ତ ଜଳ ରେ କୌଣସି ଶସ୍ୟ ଉତ୍ପାଦନ ହେବା ସମ୍ଭବ ପର ନୁହେଁ।
କାଶୀପୁର ଠାରେ ନିର୍ମିତ ଆଲୁମିନା କମ୍ପାନି ମଧ୍ୟ ସେପରି ପରିସ୍ଥିତି ସୃଷ୍ଟି କରିଛି। ବର୍ତ୍ତମାନ ଦିନରେ ଗାଁ ଗାଁ ରେ ନଳକୂପ ଅଚଳ, ଝରଣା ଓ ନାଳ ରେ ପାଣି ଟୋପାଏ ସ୍ୱପ୍ନ ହୋଇ ଯାଇଛି ଜିଲ୍ଲା ବାସୀଙ୍କ ପାଇଁ। ଏପରି ଅଉ କିଛି ବର୍ଷ ଯଦି ଚାଲିବ ତେବେ ରାୟଗଡା ଜିଲ୍ଲାରେ ପାଣି ଟୋପାଏ ପାଇଁ ଜିଲ୍ଲା ବାସୀ ଡହଳ ବିକଳ ହେବା ସାଙ୍ଗକୁ ମରୁଡି ଭଳି ଭୟଙ୍କର ଦିନ ଦେଖିବାକୁ ପଡିବ । ଗୋଟିଏ ପଟେ କରୋନା ରୋଗ ଦ୍ୱାରା ବାହାର ରାଜ୍ୟରେ କାମ କରୁଥିବା ଶ୍ରମିକ ମାନେ ନିଜ ଜନ୍ମ ମାଟି କୁ ଆସିବା ପାଇଁ ମନ ବଳାଇବା ବେଳେ ସେମାନେ ନିଜ ଗ୍ରାମରେ ଜମିରେ ଖଟି ବଞ୍ଚିବା ପାଇଁ ଯେଉଁ ଆଶା ବାନ୍ଧିଛନ୍ତି ସେମାନଙ୍କ ଆଶା ଆଶାରେ ହିଁ ରହିଯିବ ଓ ଆଗାମୀ ଦିନରେ ରାୟଗଡା ଜିଲ୍ଲା ରେ ଅନାହାର ଓ ବେ ରୋଜଗାର ରେ ହଜାର ହାଜର ଜୀବନ ଚାଲି ଯିବାର ଆଶଙ୍କା ଦେଖା ଦେବ। ରାୟଗଡା ଜିଲ୍ଲା ର ୪ଟି ମୁଖ୍ୟ ନଦୀ ର ଜଳ ସ୍ତର ଓ ସ୍ରୋତ କମିବାରେ ମୁଖ୍ୟ କାରଣ ରାୟଗଡା ଜିଲ୍ଲାରେ ଗଢି ଉଠିଥିବା ଶିଳ୍ପ ଯଥା ବେଦାନ୍ତ, ଉତ୍କଳ ଆଲୁମିନା , ଜେ କେ କାଗଜ କଳ ଓ କ୍ରସର ।ଏ ଭଳି ପରିସ୍ଥିତିରେ ଜିଲ୍ଲା ବାସୀ ଓ ଜିଲ୍ଲା ପ୍ରଶାସନ ଯଦି ସଜାଗନ ହେବ ତେବେ ନେଡିଗୁଡ଼ କହୁଣୀ କୁ ବୋହିଲା ପରେ ଅଉ କିଛି ନଥିବ । ଏ ନେଇ ବିଭିନ୍ନ ମହଲରେ ଚିନ୍ତା ପ୍ରକଟ କରାଯାଇଛି ।