#ବିଶାଖାପାଟଣା_କେମିକାଲ୍_ପ୍ଲାଣ୍ଟ୍‌ରେ_ବିଷାକ୍ତ_ଗ୍ୟାସ୍_ଲିକ୍_୧୧_ମୃତ            

ବିଶାଖାପାଟଣା କେମିକାଲ୍ ପ୍ଲାଣ୍ଟ୍‌ରେ ବିଷାକ୍ତ ଗ୍ୟାସ୍ ଲିକ୍ ୧୧ ମୃତ

Uncategorized ଦେଶ -ବିଦେଶ ବଡ ଖବର

#ବିଶାଖାପାଟଣା_କେମିକାଲ୍_ପ୍ଲାଣ୍ଟ୍‌ରେ_ବିଷାକ୍ତ_ଗ୍ୟାସ୍_ଲିକ୍_୧୧_ମୃତ                ବିଶାଖାପାଟଣା : ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସହର ଅନ୍ତର୍ଗତ ଆରଆର ଭେଙ୍କଟପୂରମରେ ଥିବା ଏକ କେମିକାଲ ପ୍ଲାଣ୍ଟ୍‌ରେ ଏଲଜି ପଲିମରରୁ ଗୁରୁବାର ଭୋର ସମୟରେ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହୋଇ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୫ ହଜାରରୁ ଅଧିକ ଅସୁସ୍ଥ ହୋଇପଡ଼ିଛନ୍ତି।୩୦୦ଙ୍କ ଅବସ୍ଥା ଗୁରୁତର ରହିଛି। ଗ୍ୟାସ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ତେବେ ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ବିଷାକ୍ତ ଷ୍ଟିରେନ ଗ୍ୟାସ ରଖାଯାଇଥିବା ଟାଙ୍କିର ଭଲବ ଖରାପ ହୋଇଯାଇଥିବାରୁ ଗ୍ୟାସ ନିର୍ଗତ ହୋଇ ଏହି ଦୁର୍ଘଟଣା ଘଟିଥିଲା ।

ପ୍ରାରମ୍ଭିକ ତଦନ୍ତରୁ ଜଣା ପଡିଛି ଯେ ପ୍ଲାଣ୍ଟରେ ଆବଶ୍ୟକ ସଂଖ୍ୟକ ମେଣ୍ଟେନାନ୍ସ କର୍ମଚାରୀ ନଥିଲେ । ପ୍ଲାଣ୍ଟର କୁଲିଂ ସିଷ୍ଟମ ମଧ୍ୟ ଠିକ ଭାବେ କାମ କରୁନଥିଲା ।ଷ୍ଟିରେନ ଗ୍ୟାସ ସିନ୍ଥେଟିକ ରବର, ରେକଜିନ, ପଲିମର ଆଦି ପ୍ରସ୍ତୁତି ଲାଗି ବ୍ୟବହାର କରାଯାଇଥାଏ ।

ବିଶାଖାପାଟଣା  ଘଟଣାରେ ସମସ୍ତଙ୍କ ନିରାପତ୍ତା ଓ ସୁସ୍ଥତା ପାଇଁ ପ୍ରାର୍ଥନା କରୁଛି ବୋଲି ଆନ୍ଧ୍ର ଗ୍ୟାସ୍ ଲିକ୍ ଘଟଣା ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଟୁଇଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ବିଶେଷ ଧ୍ୟାନ ଦିଆଯାଇଥିବା ବିଶାଖାପାଟଣା ପରିସ୍ଥିତି ସମ୍ବନ୍ଧରେ ଗୃହ ବ୍ୟାପାର ମନ୍ତ୍ରାଳୟ ଅଧିକାରୀ ଓ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହ କଥାବାର୍ତ୍ତା କରିଛି। ବିଶାଖାପାଟଣାରେ ସମସ୍ତଙ୍କ ନିରାପତ୍ତା ଓ ସୁସ୍ଥତା ପାଇଁ ପ୍ରାଥର୍ନା କରୁଛି।

ସମସ୍ତ ଅସୁସ୍ରେଥଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୨୦ ଜଣ ଭେଣ୍ଟିଲେଟର ସହାୟତାରେ ରହିଛନ୍ତି । ଏହି ଘଟଣା ଘଟିବା ପରେ ଘଟଣାସ୍ଥଳକୁ ଯାଇଥିବା କେତେକ ପୁଲିସ କର୍ମଚାରୀ ମଧ୍ୟ ଗୁରୁତରଭାବେ ଅସୁସ୍ଥ ହୋଇପଡ଼ିଛନ୍ତି । ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଘଟଣା ଉପରେ ଏକ ଉଚ୍ଚସ୍ତରୀୟ ବୈଠକ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କିଙ୍ଗ ଜର୍ଜ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଲୋକଙ୍କୁ ଭେଟିଛନ୍ତି। ଏହି ସମୟରେ ସେ ମୃତକଙ୍କ ପରିବାର ପାଇଁ ୧ କୋଟି ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଏହାସହ ଭେଣ୍ଟିଲେଟରରେ ଥିବା ଅସୁସ୍ଥଙ୍କ ପାଇଁ ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ ବୋଲି କହିଛନ୍ତି। ଅସୁସ୍ଥ ଥିବା ପ୍ରାୟ ୩୦୦ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଜଟିଳ ଥିବା ବେଳେ ପାଖାପାଖି ୫ ହଜାର ଲୋକ ଏହି ଗ୍ୟାସ ଲିକ୍‌ ଦ୍ୱାରା ଅସୁସ୍ଥ ହୋଇ ପଡିଥିବା ସୂଚନା ରହିଛି। ଏହା ନିକଟରେ ଥିବା ପ୍ରାୟ ୨୫୦ ପରିବାରଙ୍କୁ ସେଠାରୁ ସ୍ଥାନାନ୍ତର କରାଯାଇଛି।