କୋହଳ ହେଲା ନାଇଟ୍ କର୍ଫ୍ୟୁ , ରାତି ୯ଟାରୁ ସକାଳ ୫ ଟା କର୍ଫ୍ୟୁ

କୋହଳ ହେଲା ନାଇଟ୍ କର୍ଫ୍ୟୁ , ରାତି ୯ଟାରୁ ସକାଳ ୫ ଟା କର୍ଫ୍ୟୁ

ଓଡିଶା ବଡ ଖବର

#କୋହଳ_ହେଲା_ନାଇଟ୍_କର୍ଫ୍ୟୁ        ଭୁବନେଶ୍ୱର  : ଆସନ୍ତାକାଲି ଅର୍ଥାତ୍ ଜୁଲାଇ ୧ ଠାରୁ ଅନ୍ଲକ୍-୨ ଲାଗୁ ହେବ । ଏନେଇ ମଙ୍ଗଳବାର ରାଜ୍ୟ ସରକାର ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏଥିରେ ରାତ୍ରକାଳୀନ କର୍ଫ୍ୟୁ ସମୟ ସୀମାକୁ କୋହଳ କରାଯାଇଛି । ଆସନ୍ତା କାଲିଠାରୁ ସନ୍ଧ୍ୟା ୭ ଟା ପରିବର୍ତେ ରାତି ୯ଟାରୁ ଭୋର ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତର ରହିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ସୂଚନା ଦେଇଛନ୍ତି ।
ଗତକାଲି କେନ୍ଦ୍ର ସରକାର ଅନ୍ ଲକ୍ -୨ ପାଇଁ ନୂଆ ଗାଇଡ୍ ଲାଇନ୍ ପ୍ରକାଶ କରିଥିଲେ । ଏଥିରେ ରାତ୍ରକାଳୀନ କର୍ଫ୍ୟୁରେ ପରିବର୍ତନ କରାଯାଇ ରାତି ୧୦ଟାରୁ ସକାଳ ୫ ଟା ରଖାଯାଇଥିଲା । ତେବେ ରାଜ୍ୟ ସରକାର ଏହାକୁ ରାତି ୯ ଟାରୁ ସକାଳ ୫ ଟା ରଖିଛନ୍ତି । ପ୍ରଥମେ ୧୨ ଘଂଟିଆ ରାତ୍ରୀକାଳୀନ କର୍ଫ୍ୟୁ ରାତି ୭ ଟାରୁ ସକାଳ ୭ ଟା ପର୍ଯ୍ୟନ୍ତ ଲାଗୁ ହୋଇଥିଲା । ଜୁନ୍ ମାସରେ ଅନଲକ୍ -୧ ଲାଗୁ ହେବା ପରେ ଏହାକୁ କୋହଳ କରାଯାଇ ରାତି ୭ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କୋହଳ କରିଥିଲେ ରାଜ୍ୟ ସରକାର ।

ମୁଖ୍ୟ ଶାସନ ସଚିବ କହିଛନ୍ତି ରାତି ୯ରୁ ସକାଳ ୫ଟା ଯାଏ ରାତ୍ରକାଳୀନ କର୍ଫ୍ୟୁ ଜାରି ରହିବ । ସବୁ ଜରୁରୀ ସେବା ପ୍ରଦାନକାରୀ କର୍ମଚାରୀ କଟକଣା ମୁକ୍ତ ରହିବେ । ଶିଳ୍ପ କାରଖାନାରେ କାର୍ଯ୍ୟରତ କର୍ମଚାରୀ କଟକଣା ମୁକ୍ତ ରହିବେ । ପେଟ୍ରୋଲ ପମ୍ପ, ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ କର୍ମଚାରୀ କଟକଣାମୁକ୍ତ ରହିବ ବୋଲି ସେ କହିଛନ୍ତି ।