୧୦ ଜିଲ୍ଲାରେ ଜାରି ରହିବ ଦୁଇ ଦିନିଆ ସଟ୍ ଡାଉନ୍

୧୦ ଜିଲ୍ଲାରେ ଜାରି ରହିବ ଦୁଇ ଦିନିଆ ସଟ୍ ଡାଉନ୍

ଓଡିଶା ବଡ ଖବର

#୧୦_ଜିଲ୍ଲାରେ_ଜାରି_ରହିବ_ଦୁଇ_ଦିନିଆ_ସଟ୍_ଡାଉନ୍         ଭୁବନେଶ୍ୱର   :  ଅଧିକ କରୋନା ଆକ୍ରାନ୍ତ ଥିବା୧୦ ଜିଲ୍ଲାକୁ ଜୋନ୍ -୧ ଭାବେ ବିଭକ୍ତ କରାଯାଇଛି । ଏହି ଜିଲ୍ଲାଗୁଡିକ ହେଲା ଗଂଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ଜଗତସିଂହପୁର, ବାଲେଶ୍ୱର, ମୟୂରଭଂଜ, କେନ୍ଦୁଝର ଓ ଝାରସୁଗୁଡ଼ା । ଏହି ଜିଲ୍ଲା ଗୁଡ଼ିକରେ ପ୍ରତି ଶନିବାର ଓ ରବିବାର ସପ୍ତାହାନ୍ତ ସଟ୍ ଡାଉନ୍ ପାଳନ କରାଯିବ । ଆଜି ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।

ସେ କହିଛନ୍ତି ଯେ ୫୦ରୁ ଅଧିକ ଆକ୍ଟିଭ୍ କେସ୍ ଥିବା ୧୦ଟି ଜିଲ୍ଲାକୁ ଜୋନ-୧ ଘୋଷଣା କରାଯାଇଛି । ସେହି ୧୦ ଜିଲ୍ଲା- ଗଂଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ଜଗତସିଂହପୁର, ବାଲେଶ୍ୱର, ମୟୂରଭଂଜ, କେନ୍ଦୁଝର ଓ ଝାରସୁଗୁଡ଼ା । ଜୋନ-୧ରେ ଆସୁଥିବା ୧୦ ଜିଲ୍ଲାରେ ସପ୍ତାହାନ୍ତ ଶଟ୍ ଡାଉନ ଜାରି ରହିବ । ସ୍ଥାନୀୟ ପ୍ରଶାସନ ଚାହିଁଲେ ଗାଡ଼ି ଚଳାଚଳ ବନ୍ଦ କରିପାରିବେ । ସ୍ଥାନୀୟ ପ୍ରଶାସନ ଚାହିଁଲେ ଦୋକାନ ବଜାର ବନ୍ଦ କରିପାରିବେ । ଉକ୍ତ ୧୦ ଜିଲ୍ଲାକୁ ଛାଡ଼ି ବାକି ସମସ୍ତ ଜିଲ୍ଲା ଜୋନ-୨ରେ ରହିବେ ।

ଏହି ସଟଡାଉନ୍ ସମୟରେ କେବଳ ଜରୁରୀ ସେବା ଯୋଗାଉଥିବା କାର୍ଯ୍ୟାଳୟ ଓ କର୍ମଚାରୀ ବାହାରକୁ ବାହାରି ପାରିବେ । ଡାକ୍ତରଖାନା, ପୁଲିସ, ଅଗ୍ନିଶମ, ଜଳଯୋଗାଣ, ବିଦ୍ୟୁତ ଯୋଗାଣ, ପରିମଳ ଓ ଗଣମାଧ୍ୟମ ସହ ଜଡ଼ିତ କାର୍ଯ୍ୟାଳୟ ଓ ଏହାର କର୍ମଚାରୀ ଯାତାୟତ କରିପାରିବେ । ଏହି ସବୁ ସେବା ଅବ୍ୟାହତ ରହିବ । ତେବେ ରାଜ୍ୟ ସରକାର ଅର୍ଥନୈତିକ କାର୍ଯ୍ୟକଳାପକୁ ଗୁରୁତ୍ୱ ଦେଇ ସଟଡାଉନ୍ ସମୟରେ କୃଷି, ପଶୁପାଳନ, ଉଦ୍ୟାନ କୃଷି ଏବଂ ମତ୍ସ୍ୟଚାଷ ସହ ଜଡ଼ିତ ଜଡ଼ିତ କାର୍ଯ୍ୟକଳାପ ଜାରି ରହିପାରିବ ବୋଲି ଘୋଷଣା କରିଛନ୍ତି । ଏଥିସହ ଆଇଟି ଶିଳ୍ପର କାର୍ଯ୍ୟାଳୟ ଓ ଏହାର କର୍ମଚାରୀ ମଧ୍ୟ ସଟଡାଉନ୍ ସମୟରେ ଯାତାୟତର ଅନୁମତି ପାଇବେ ।

ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ରାଜ୍ୟର ୨୦ଟି ଜିଲ୍ଲାରେ ୫୦ରୁ କମ କରୋନା ସଂକ୍ରମିତ ବ୍ୟକ୍ତି ଅଛନ୍ତି । ଏଗୁଡ଼ିକ ହେଲା ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ଭଦ୍ରକ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ପୁରୀ, କେନ୍ଦ୍ରାପଡ଼ା ଓ ନୟାଗଡ଼ ଜିଲ୍ଲାରେ ୫୦ରୁ କମ କରୋନା ଆକ୍ରାନ୍ତ ଅଛନ୍ତି ।