କର୍ମୀଙ୍କୁ ଆକ୍ରମଣ ନେଇ ଜିଲ୍ଲାପାଳଙ୍କୁ ଭେଟିଲା ଆଶାକର୍ମୀ ସଂଘ

କର୍ମୀଙ୍କୁ ଆକ୍ରମଣ ନେଇ ଜିଲ୍ଲାପାଳଙ୍କୁ ଭେଟିଲା ଆଶାକର୍ମୀ ସଂଘ

ଓଡିଶା କେନ୍ଦ୍ରାପଡା ଜିଲ୍ଲା

 #ଜିଲ୍ଲାପାଳଙ୍କୁ_ଭେଟିଲା_ଆଶାକର୍ମୀ_ସଂଘ        କେନ୍ଦ୍ରାପଡା    : କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଆଶାକର୍ମୀ ମାନେ ବିଭିନ୍ନ ସଂଗରୋଧ ଶିବିର ରେ ନିଯୁକ୍ତ ଅଛନ୍ତି । ଏହି
କର୍ମୀମାନେ ଗାଁ ଗାଁ ବୁଲି ନିଜ ଜୀବନକୁ ବିପିନ୍ନ କରି ସେମାନଙ୍କର କର୍ତ୍ତବ୍ୟ ପାଳନ କରୁଥିବା ବେଳେ କେତେକ ଆଶାକର୍ମୀ ବିଭିନ୍ନ ସ୍ଥାନରେ ଜନ ସାଧାରଣଙ୍କର ଆକ୍ରମଣର ଶିକାର ହେଉଇଥିବା ନେଇ ବିଭିନ୍ନ ଥାନାରେ ଅଭିଯୋଗ ହେବା ସହ ସଂଘ ତରଫରୁ ଜିଲ୍ଲାପାଳ ଙ୍କୁ ଭେଟି ଆକ୍ରମଣ କାରୀଙ୍କୁ ଗିରଫ କରିବା ପାଇଁ ଦାବି କରାଯାଇଛି । ଜମଧର ପଂଚାୟତ ର ସମସୁନ ବିବି, ଆଖୁଆ ଦକ୍ଷୀଣ ପଂଚାୟତର ନୋତିକି ସେଠୀ, ଆୟତପୁର ପଂଚାୟତ ର ସୁଷମା ସାମଲ, ତେରଗାଁ ପଂଚାୟତର ରୀନାବାଳା ଦାସ, କଳପଡା ପଂଚାୟତର କାନ୍ତିପ୍ରଭା ନାୟକ ପ୍ରଭୃତି ଆକ୍ରମଣର ଶିକାର ହୋଇଛନ୍ତି । ନିଖିଳ ଓଡିଶା ଆଶାକର୍ମୀ ସଂଘ ତରଫରୁ ସଂପାଦିକା କାନ୍ତିପ୍ରଭା ନାୟକଙ୍କ ସହ ଅନ୍ୟ ଶତାଧିକ ଆଶାକର୍ମୀ ଜିଲ୍ଲାପାଳଙ୍କୁ ଭେଟି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଁ ଦାବି କରିଛନ୍ତି ।