ରାସ୍ତା ଉପରେ ଚାଖୁଣ୍ଡାଗଛ, ସଡକ ପ୍ରଶସ୍ତୀକରଣ କାର୍ଯ୍ୟ ଅଧାପନ୍ତରିଆ

ରାସ୍ତା ଉପରେ ଚାଖୁଣ୍ଡାଗଛ, ସଡକ ପ୍ରଶସ୍ତୀକରଣ କାର୍ଯ୍ୟ ଅଧାପନ୍ତରିଆ

ଓଡିଶା କେନ୍ଦ୍ରାପଡା ଜିଲ୍ଲା

#ରାସ୍ତା_ଉପରେ_ଚାଖୁଣ୍ଡାଗଛ            କେନ୍ଦ୍ରାପଡା : କେନ୍ଦ୍ରାପଡା ବ୍ଲକ ଅଧିନ ଜଂଟିଲୋ ରାଜସ୍ୱ ଗ୍ରାମର ଜେନାସାହି ବସ୍ତିକୁ ଥିବା ରାସ୍ତା ପ୍ରଶସ୍ତିକରଣରେ ବାଧା ସୃଷ୍ଟି ହୋଇଛି । ରାସ୍ତା ମଝିରେ ଚାଖୁଣ୍ଡାଗଛ ଥିବାରୁ ପ୍ରଶସ୍ତିକରଣ କାର୍ଯ୍ୟ ଅଧପନ୍ତରିଆଭାବେ ହେଉଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏ ନେଇ ଗ୍ରାମବାସୀମାନେ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମାଙ୍କଠାରେ ଅଭିଯୋଗ କରିବାସହ ରାସ୍ତା ଉପରେ ଥିବା ଗଛକୁ କାଟି ସଂପ୍ରସାରଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିବେଦନ କରିଛନ୍ତି । ଗ୍ରାମବାସୀଙ୍କ ଦାବି ମୁତାବକ କେନ୍ଦ୍ରାପଡା ଡିଭିଜନ୍ ଜଳ ସଂପଦ ବିଭାଗର ୧୩ ନମ୍ବର କେନାଲ୍ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ କେନ୍ଦ୍ରାପଡା ଗ୍ରାମ୍ୟ ଉନ୍ନୟନ ଡିଭିଜନ୍ ପକ୍ଷରୁ କରାଯାଉଛି । ଜଂଟିଲୋ ଜେନାସାହି ନିକଟରେ ରାସ୍ତା ମଝିରେ ଏକ ଚାଖୁଣ୍ଡାଗଛ ଥିବାରୁ ଏହାକୁ କାଟିବା ପାଇଁ ବିଭାଗ ଦୃଷ୍ଟି ଦେଇନାହିଁ । ଠିକାଦାର ମଧ୍ୟ ରାସ୍ତାକାମ ଉଭୟ ପାଖରୁ ସଂପୂର୍ଣ୍ଣ କରି ଏହି ସ୍ଥାନରେ ଗଛ ଚାରିପଟେ ମାଟି ଚାପିଦେଇ ଅଧାପନ୍ତରିଆ ଭାବେ ଛାଡି ଦେଇଛି । ଭବିଷ୍ୟତରେ ଏହି ଗଛ ରାସ୍ତାକୁ ଫଟାଇବାର ଆଶଙ୍କା ଥିବାରୁ ଗ୍ରାମବାସୀମାନେ ଏହି ଗଛକୁ କାଟିବା ପାଇଁ ଜିଲ୍ଲାପାଳଙ୍କଠାରେ ଦାବି ଜଣାଇଛନ୍ତି । ଦାବିପତ୍ର ପ୍ରଦାନ ବେଳେ ସ୍ମୃତିରଂଜନ ଜେନା, ଶିବ ପ୍ରସାଦ ଜେନା, ଜୟଚନ୍ଦ୍ର ଜେନା, ହରିହର ଜେନା, ଜିତେନ୍ଦ୍ର କୁମାର ଜେନା, ଦୈତାରୀ ଜେନା, ଚୈତନ୍ୟ ପ୍ରସାଦ ଜେନା, କରୁଣାକର ଜେନା ଓ ଆଲୋକ କୁମାର ଜେନା ପ୍ରମୁଖ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ ।