ଡକ୍ଟର ପ୍ରମୋଦ ମେହେର୍ଦ୍ଦା ହେଲେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ

ଡକ୍ଟର ପ୍ରମୋଦ ମେହେର୍ଦ୍ଦା ହେଲେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ

ଓଡିଶା ବଡ ଖବର ମହାନଗର

#ପ୍ରମୋଦ_ମେହେର୍ଦ୍ଦା_ହେଲେ_ରାଜ୍ୟପାଳଙ୍କ_ପ୍ରମୁଖ_ସଚିବ  ଭୁବନେଶ୍ବର : ଆଇଏସଏ ସ୍ତରରେ ଅଦଳବଦଳ ହୋଇଛି । ଦୁଇ ବରିଷ୍ଠ ଆଇଏଏସ ଅଫିସରଙ୍କୁ ନୂଆ ଦାୟିତ୍ବ ଦିଆଯାଇଛି । ୧୯୯୭ ବ୍ୟାଚ୍‌ର ବରିଷ୍ଠ ଆଇଏଏସ ଅଫିସର ଡକ୍ଟର ପ୍ରମୋଦ ମେହେର୍ଦ୍ଦାଙ୍କୁ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଦାୟିତ୍ବ ମିଳିଛି । ପରିବହନ ସଚିବ ଦାୟିତ୍ବ ମଧ୍ୟ ତୁଲାଇବେ ପ୍ରମୋଦ ମେହେର୍ଦ୍ଦା ।

ସେହିପରି ୧୯୯୧ ବ୍ୟାଚ୍‌ର ଆଇଏଏସ ଅଫିସର ମଧୁସୂଦନ ପାଢୀଙ୍କୁ ଲ୍ୟାଣ୍ଡ ରେକର୍ଡସ ଆଣ୍ଡ୍ ସେଟେଲମେଣ୍ଟର କମିଶନର ଦାୟିତ୍ବ ଦିଆଯାଇଛି । ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଥିଲେ ଆଇଏଏସ ମଧୁସୂଦନ ପାଢୀ ।