କରୋନା ସ୍ଥିତି ପରଖିଲେ ବିଧାୟକ

କରୋନା ସ୍ଥିତି ପରଖିଲେ ବିଧାୟକ

ଓଡିଶା ଗଞ୍ଜାମ ଜିଲ୍ଲା ରାଜ୍ୟ
#କରୋନା_ସ୍ଥିତି_ପରଖିଲେ_ବିଧାୟକ          ବ୍ରହ୍ମପୁର    :  କରୋନା କୁ ନେଇ ଚାରି ଆଡ଼େ ଲକଡାଉନ ଥିବା ବେଳେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୌଉଞ୍ଜୁ ଗ୍ରାମ ପଂଚାୟତ ରେ ପ୍ରଶାସନିକ ଅଧିକାରୀ ଙ୍କୁ ନେଇ କରୋନା ସ୍ଥିତି ପରଖି ଛନ୍ତି ଗୋପାଳପୁର ବିଧାୟକ ଡା. ପ୍ରଦୀପ ପାଣିଗ୍ରାହୀ।ଏନେଇ ସ୍ଥାନୀୟ ପଂଚାୟତ ସଭାଗୃହ ରେ ସରପଞ୍ଚ ଙ୍କୁ ପଂଚାୟତ ର କରୋନା  ସ୍ଥିତି ବିଷୟ  ରେ ପଚାରିବା ସହ କେତେଜଣ ବାହାରୁ ଆସିଛନ୍ତି ସେମାନଙ୍କୁ କ୍ବାରେଣ୍ଟାଇନ ରେ ରଖାଯାଇଛି ନା ନାହିଁ ବୁଝି ଥିଲେ।ପରେ ସେ ସ୍ଥାନୀୟ ବିଦ୍ୟାଳୟ ରେ ଚାଲି ଥିବା କ୍ବାରେଣ୍ଟାଇନ କେନ୍ଦ୍ର କୁ ପରିଦର୍ଶନ କରିଥିଲେ।ତାଙ୍କ ସହ  ଗ୍ରାମ୍ୟ ଜଳ ଯୋଗାଣ ବ୍ରହ୍ମପୁର ଡିଭିଜନ ର ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ରବୀନ୍ଦ୍ର ଚୌଧୁରୀ,ସମୀର ପଟ୍ଟନାୟକ, ସ୍ଥାନୀୟ ସରପଞ୍ଚ ବାସନ୍ତୀ ମହାରଣା, ନାୟବ ସରପଞ୍ଚ ଉଦୟ ସେଠୀ,ପି ଇ ଓ ନିରଂଜନ ଖାଡାଙ୍ଗା ,ପ୍ରଫୁଲ୍ଲ ମହାରଣା, ନିରଞ୍ଜନ ବେହେରା, ଅକ୍ଷୟ ଆଚାର୍ଯ୍ୟ, ନିରଞ୍ଜନ ବେହେରା,ଅକ୍ଷୟ ପାଢ଼ୀ,ବଳିଆ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।