ଅସହାୟଙ୍କୁ ଖାଦ୍ୟ ବାଣ୍ଟିଲେ ଲାଲବାଗ ଥାନା ଭାରପ୍ରାପ୍ତ ଅଧିକାରୀ

ଅସହାୟଙ୍କୁ ଖାଦ୍ୟ ବାଣ୍ଟିଲେ ଲାଲବାଗ ଥାନା ଭାରପ୍ରାପ୍ତ ଅଧିକାରୀ

ଓଡିଶା କଟକ ଜିଲ୍ଲା
#ଅସହାୟଙ୍କୁ_ଖାଦ୍ୟ_ବାଣ୍ଟିଲେ_କଟକ_ଲାଲବାଗ_ଥାନା_ଭାରପ୍ରାପ୍ତ_ଅଧିକାରୀ      କଟକ :  (ଶ୍ରୀକାନ୍ତ କୁମାର ରାଉତ)  କରୋନା କୁ ପ୍ରତିହତ କରିବା ପାଇଁ ସମଗ୍ର ଦେଶରେ ଲକଡାଉନ କରା ଯାଇଥିବା ବେଳେ କଟକ ରେ ଏହାର ବେଶ ପ୍ରଭାବ ପଡିଛି l ଫଳରେ ବଜାର ଘାଟ ଯାନ ବାହନ ଚଳା ଚଳ ସମ୍ପୂର୍ଣ ରୂପେ ଠପ ହୋଇ ଯାଇଛି l ଏହି ପରି ପ୍ରେକ୍ଷୀରେ ସହରରେ ଥିବା ଅସହାୟମାନେ ଖାଇବା ପିଇବାକୁ ନପାଇ ଭୋକ ଓପାସ ରେ ଦିନ କାଟୁ ଛନ୍ତି l ଆଜି ଏଭଳି ଏକ ଦୃଶ୍ୟ ସାମ୍ନା କୁ ଆସିଥିଲା  କଟକ ସ୍ଥିତ ଶିଶୁ ଭବନ ଭିତରେ ଚାଲିଥିବl କନଷ୍ଟ୍ରକସନ କମ୍ପାନୀ ର ୯୪ ଜଣ ଅସହାୟ ବ୍ୟକ୍ତି କାମ ବନ୍ଦ ଥିବା ଯୋଗୁ  ଖାଦ୍ୟନପାଇ ଅସହାୟ ହୋଇ ପଡିଥିଲେ   ଏମାନେ  ସାହେବଗଞ୍ଜ, ଝାଡଖଣ୍ଡ,ମୁର୍ଶିଦାବାଦ ଓ ରୁ ଆସି ଏଠି କାମ କରନ୍ତି l  ଏହି  ଖବର ପାଇବାପରେ ଲାଲବାଗ ଥାନା ଅଧିକାରୀ  ଆଶୁତୋଷ ମିଶ୍ର  ଥାନା ଟିମ କୁ ନେଇ ସେଠାରେ ପହଞ୍ଚି ଖାଦ୍ୟ ସାମଗ୍ରୀ ବାଣ୍ଟିବା ସହିତ ମହାମାରୀ କରୋନା ସମ୍ପର୍କ ରେ ସଚେତନ କରାଇ ଥିଲେ l ଶ୍ରୀ ମିଶ୍ର ଙ୍କ ର ଏଭଳି  ପ୍ରୟାଶ କୁ ବୁଦ୍ଧିଜୀବୀ ମହଲରେ  ପ୍ରସଂଶା କରାଯାଇଛି l