ଭୁବନେଶ୍ୱରରେ ଆଉ ୯୧ ପଜିଟିଭ୍, ମଞ୍ଚେଶ୍ୱର ଅଟାକଳରୁ ସୁପର ସ୍ପ୍ରେଡରଙ୍କ ସଂସ୍ପର୍ଶରେ ଆସି ୨୬ ଅକ୍ରାନ୍ତ

ଭୁବନେଶ୍ୱରରେ ଆଉ ୯୧ ପଜିଟିଭ୍, ମଞ୍ଚେଶ୍ୱର ଅଟାକଳରୁ ସୁପର ସ୍ପ୍ରେଡରଙ୍କ ସଂସ୍ପର୍ଶରେ ଆସି ୨୬ ଅକ୍ରାନ୍ତ

ବଡ ଖବର ଓଡିଶା ମହାନଗର

#ଭୁବନେଶ୍ୱରରେ_ଆଉ_୯୧_ପଜିଟିଭ୍          ଭୁବନେଶ୍ୱର  :  ଭୁବନେଶ୍ୱରରୁ ବୁଧବାର ଆଉ ୯୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୯୧ଜଣଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୭୨ଜଣ ଏବଂ ୧୯ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଚିନ୍ତା ଜନକ ବିଷୟ ହେଉଛି ମଂଚେଶ୍ୱରରୁ ଜଣେ ସୁପରସ୍ପ୍ରେଡରଙ୍କ ଠାରୁ ୨୬ ଜଣ ଆକ୍ରାନ୍ତ ହୋଇଛନ୍ତି । ମଂଚେଶ୍ୱର ଅଂଚଳରେ ଥିବା ଏକ ଅଟାକଳର ୨୬ ଜଣ କର୍ମଚାରୀ ଜଣେ ପୂର୍ବ ପଜିଟିଭଙ୍କ ସଂସ୍ପର୍ଶରେ ଆସି କରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ବୟସ ୨୦ରୁ ୭୦ ମଧ୍ୟରେ ରହିଛି । ସେମାନେ ସମସ୍ତେ ୨୬ଜଣ ସଙ୍ଗରୋଧ କେନ୍ଦ୍ରରେ ଥିଲେ । ସେହିପରି ଆଇଆରସି ଭିଲେଜ ଗଣପତି ନଗର ବସ୍ତିରୁ ପୂର୍ବ ପଜିଟିଭ୍ ଙ୍କ ସଂସ୍ପର୍ଶରେ ଆସି ୧୪ ଜଣ ସଂକ୍ରମିତ େ ହାଇଛନ୍ତି । ଅନ୍ୟପକ୍ଷରେ ଗୋଟିଏ ଦିନରେ ୯୯ ଜଣ ସୁସ୍ଥ ହୋଇଛନ୍ତି ।
୭୨ ସଙ୍ଗରୋଧ ମାମଲା ମଧ୍ୟରୁ ଚିନ୍ତାମଣିଶ୍ୱରରୁ ଜଣେ, ସାଲିଆସାହି ଆଦିବାସୀ ବସ୍ତିରୁ ଜଣେ, ବିଜେବି ନଗର ବିଜୟଲକ୍ଷ୍ମୀ କଲୋନୀରୁ ଜଣେ, ଝାରପଡା ଗଣେଶ ମଣ୍ଡପ ନିକଟରୁ ଜଣେ, ଓଲ୍ଡ ଟାଉନ୍ ବଡଦାଣ୍ଡ ସାହିରୁ ଜଣେ, ୟୁନିଟ୍ ୯ ୨ ନଂ ରୋଡ୍ ରୁ ଜଣେ, ସାଲିଆସାହି ଶ୍ରୀକୃଷ୍ଣ ନଗରରୁ ଜଣେ, ନୟାପଲ୍ଲୀ ତ୍ରିନାଥ ବସ୍ତିରୁ ୩ ଜଣ, ୟୁନିଟ୍ ୯ରୁ ଜଣେ ସରକାରୀ କର୍ମଚାରୀ, ଭୀମପୁର ମା ଶକ୍ତି ହସ୍ପିଟାଲ ନିକଟରୁ ଜଣେ ମହିଳା ସରକାରୀ କର୍ମର୍ଚାରୀ, ମଂଚେଶ୍ୱରରୁ ୨ ଜଣ, ନିଳାଦ୍ରୀବିହାରରୁ ଜଣେ, ନୟାପଲ୍ଲୀ ବେହେରା ସାହିରୁ ଜଣେ, ପଟିଆ ସ୍ୱର୍ଣ୍ଣ ବିହାରରୁ ଜଣେ ଚିହ୍ନଟ ହୋଇଛନ୍ତି । ସେହିପରି ରାଜମହଲ ଠାରେ ଥିବା ଏକ କନଷ୍ଟ୍ରକସନ୍ କମ୍ପାନୀର ୯ କର୍ମଚାରୀ, ରସୁଲଗଡ ଓସିସି କଲୋନୀ ନିକଟରୁ ଜଣେ, ଆଇଗିଣିଆ ପୋଲିସ୍ ଏକାଡେମୀ ନିକଟରୁ ୨ ଜଣ, ଆଇଆରସି ଭିଲେଜରୁ ଜଣେ, ୟୁନିଟ୍ ୮ରୁ ଜଣ ସରକାରୀ କର୍ମଚାରୀ, ଗଣପତିନଗର ବସ୍ତିରୁ ୧୪ ଜଣ ଏବଂ ମେଂଚଶ୍ୱର ଅଟାକଳ ନିକଟରୁ ୨୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଅନ୍ୟପକ୍ଷରେ ଲୋକାଲ କେସ୍ ମଧ୍ୟରୁ ଆଇଆରସି ଭିଲେଜ୍ ଏନ ୬ରୁ ଜଣେ, ଲକ୍ଷ୍ମୀସାଗରରୁ ଜଣେ, ଚନ୍ଦ୍ରଶେଖରପୁର ସାଇ ଇଂଟରନ୍ୟାସନାଲ ସ୍କୁଲ ପାଖରୁ ଜଣେ, କୋଳଥିଆ ମଙ୍ଗଳା ମନ୍ଦିର ନିକଟରୁ ଜଣେ, ପାତ୍ରପଡା ଏମସ୍ ନଗରରୁ ଜଣେ, ପାଣ୍ଡରା ଜଗନ୍ନାଥ ନଗରରୁ ଜଣେ, ଖଣ୍ଡଗିରି ତପୋବନ ଲେନ୍ ବସ୍ତିରୁ ଜଣେ, ଏକ ଘରୋଇ ହସ୍ପିଟାଲର କର୍ମଚାରୀ, ସହୀଦନଗର ଇପିଏଫ୍ କଲୋନୀରୁ ଜଣେ, ୟୁନିଟ୍ ୩ ଖାରବେଳ ନଗରରୁ ଜଣେ ସରକାରୀ କର୍ମଚାରୀ, କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ହସ୍ପିଟାଲର ସିକ୍ୟୁରିଟି ଗାର୍ଡ, ଲକ୍ଷ୍ମୀସାଗର ଓସ୍କାର ସିଟିରୁ ଜଣେ, ବରମୁଣ୍ଡା ଶତାବ୍ଦୀ ନଗରରୁ ଜଣେ, ପୋଖରୀପୁଟର ଜଣେ ସରକାରୀ କର୍ମଚାରୀ , ଝାରପଡାରୁ ଜଣେ, ପୋଖରୀପୁଟ କୋକିଳା ରିସୋର୍ଟ ନିକଟରୁ ଜଣେ, ଡୁମଡୁମା ଫେଜ୍ ୫ରୁ ଜଣେ ଏବଂ ଫେଜ୍ ୨ ରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ନୂତନ ଆକ୍ରାନ୍ତଙ୍କ ମିଶାଇ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୪୩ ଛୁଇଁଛି । ସେମାନଙ୍କ ମଧ୍ୟରୁ ୭୨୪ ଜଣ ସୁସ୍ଥ ହୋଇଥିବା ବେଳେ ୧୧ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୬୦୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।