ମେଡିକା ହସ୍ପିଟାଲ ୧ଶହ ଶଯ୍ୟା ବିଶିଷ୍ଟ କରୋନା ହସ୍ପିଟାଲ

ମେଡିକା ହସ୍ପିଟାଲ ୧ଶହ ଶଯ୍ୟା ବିଶିଷ୍ଟ କରୋନା ହସ୍ପିଟାଲ

ଓଡିଶା ଜିଲ୍ଲା ବଡ ଖବର ଯାଜପୁର

#ମେଡିକା_ହସ୍ପିଟାଲ_୧ଶହ_ଶଯ୍ୟା_ବିଶିଷ୍ଟ_କରୋନା_ହସ୍ପିଟାଲ    ଯାଜପୁର  :   ( ବିଶ୍ବଜିତ ରଣା )     ଟାଟାଷ୍ଟିଲ୍ ଓ ମେଡ଼ିକା ହସ୍ପିଟାଲ ମଧ୍ୟରେ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହି ଚୁକ୍ତି ବଳରେ ଡୁବୁରୀ ସ୍ଥିତ ଟାଟା ମେଡିକା ହସପିଟଲକୁ କୋଭିଡ୍-୧୯ (କରୋନା) ହସ୍ପିଟାଲ ଭାବେ ବ୍ୟବହୃତ କରାଯିବ । ବୁଧବାର ଅପରାହ୍ନରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ଉପସ୍ଥିତିରେ ଏହି ଚୁକ୍ତିପତ୍ର ସ୍ୱାକ୍ଷର ହେବା ସହ ଯଥାଶୀଘ୍ର ଏହାକୁ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନିଆଯାଇଛି । ଜିଲ୍ଳା ପ୍ରଶାସନ ପକ୍ଷରୁ ଜିଲ୍ଳାପାଳ ଶ୍ରୀ ଦାସ, ଟାଟାଷ୍ଟିଲ୍ ପକ୍ଷରୁ ଜେନେରାଲ ମ୍ୟାନେଜର ଆର.ଆର ଶତପଥୀ, କେଡିକା ହସ୍ପିଟାଲର ସୁପରିନ୍ଟେଣ୍ଡେଣ୍ଟ ଡା, ସୁଧାଂଶୁ ଶେଖର ସୂତାର ଏହି ଚୁକ୍ତିପତ୍ରରେ ସ୍ୱାକ୍ଷର କରିଥିଲେ । ୧ଶହ ଶଯ୍ୟା ବିଶିଷ୍ଟ ଏହି କରୋନା ହସ୍ପିଟାଲରେ ସଂକ୍ରମିତ ରୋଗୀମାନଙ୍କୁ ପ୍ରାଥମିକ ଚିକିତ୍ସା କରାଯିବା ସହ ସେମାନଙ୍କଠାରୁ ଆବଶ୍ୟକୀୟ ନମୁନା ସଂଗ୍ରହ, ପରୀକ୍ଷା ଇତ୍ୟାଦି କରାଯିବ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ସ୍ୱାସ୍ଥ୍ୟ ବିଭାଗର ଗାଇଡ୍ଲାଇନ୍ ଅନୁସାରେ ରୋଗୀମାନଙ୍କୁ ଚିକିତ୍ସା କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ଦାସ କହିଛନ୍ତି । ଟାଟା ପକ୍ଷରୁ ଶ୍ରୀ ଶତପଥୀ ଓ ମେଡିକା ହସ୍ପିଟାଲ ପକ୍ଷରୁ ଡା. ସୂତାର ରୋଗୀମାନଙ୍କୁ ସମସ୍ତ ଉନ୍ନତମାନର ସେବା ଓ ସୁବିଧା ଯୋଗାଇବା ପାଇଁ ସମସ୍ତ ଉଦ୍ୟମ କରାଯିବ ବୋଲି କହିଥିଲେ । ଏହି ଚୁକ୍ତି ସ୍ୱାକ୍ଷର ସମୟରେ ଅତିରିକ୍ତ ଜିଲ୍ଳାପଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ, ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ଅଧିକାରୀ କୁଳମଣି ନାୟକ, ଜରୁରୀ ବିଭାଗର ଜିଲ୍ଳା ପ୍ରକଳ୍ପ ମ୍ୟାନେଜର ଦେବାଶିଷ ପ୍ରଧାନ ଓ ଟାଟା ମେଡିକା ହସ୍ପିଟାଲର ଡା. ପ୍ରଦୀପ କୁମାର ଗିରି ପ୍ରମୁୁଖ ଉପସ୍ଥିତ ଥିଲେ ।