ଅବକାରୀ ବିଭାଗର ଚଢାଉ, ବିପୁଳ ପରିମାଣର ଦେଶୀ ମହୁଲ ମଦ ସହ ଦୁଇ ବାଇକ ଜବତ

ଅବକାରୀ ବିଭାଗର ଚଢାଉ, ବିପୁଳ ପରିମାଣର ଦେଶୀ ମହୁଲ ମଦ ସହ ଦୁଇ ବାଇକ ଜବତ

ଓଡିଶା କଳାହାଣ୍ଡି ଜିଲ୍ଲା
  #ଅବକାରୀ_ବିଭାଗର_ଚଢାଉ_ଦେଶୀ_ମହୁଲ_ମଦ_ଓ_ବାଇକ_ଜବତ     ଧର୍ମଗଡ  :  ( ଲକ୍ଷ୍ମୀକାନ୍ତ ଧଙ୍ଗଡାମାଝୀ )   ଲକଡାଉନ ବେଳେ ମଦ ଦୋକାନ ବନ୍ଦ ଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ଏବେ ବେଆଇନ ଭାବେ ବହୁଳ ମାତ୍ରାରେ ମଦ ବିକ୍ରି ଚାଲିଛି। ଜୟପାଟଣା ଅବକାରୀ ସବ ଇନ୍ସପେକ୍ଟର ସୁରେନ୍ଦ୍ର ମୁଣ୍ଡାଙ୍କ ନେତୃତ୍ୱରେ ଧର୍ମଗଡ଼, ଭବାନୀପାଟଣା ଓ ଜୟପାଟଣା ଅବକାରୀ ବିଭାଗ ପକ୍ଷରୁ ଚାରିଟି ସ୍କ୍ବାଆଡ ଗଠନ କରି ବଡ଼କାର୍ଲ୍ଲାକୋଟ ଗ୍ରାମପଞ୍ଚାୟତ ତୁମରିଖୋଲ ଅଞ୍ଚଳରେ ଚଢାଉ କରାଯାଇଥିଲା। ଚଢାଉ ରେ ପ୍ରାୟ ୧୫୦ଲିଟର ଦେଶୀ ମଦ ଜବତ ହୋଇଥିବା ବେଳେ ବହୁ ମାତ୍ରାରେ ମହୁଲ ପୋଚ  ନଷ୍ଟ କରାଯାଇଥିବା ଶ୍ରୀ ମୁଣ୍ଡା ପ୍ରକାଶ କରିଛନ୍ତି। ଚଢାଉ ବେଳେ ମଦ ତିଆରି କରୁଥିବା କେତେକ ବ୍ୟକ୍ତି ଦୌଡ଼ି ପଳାଇ ଥିବା ବେଳେ ତାଙ୍କର ଦୁଇ ବାଇକ କୁ ଜବତ କରାଯାଇଥିବା ଜଣାପଡିଛି।