ନିମାଣୀ ଜୟ ଶ୍ରୀ ରାମ ଫାଉଣ୍ଡେସନ ତରଫରୁ ମାସ୍କ ବଣ୍ଟନ

ନିମାଣୀ ଜୟ ଶ୍ରୀ ରାମ ଫାଉଣ୍ଡେସନ ତରଫରୁ ମାସ୍କ ବଣ୍ଟନ

ଓଡିଶା ନୟାଗଡ଼ ରାଜ୍ୟ
#ନିମାଣୀ_ଜୟ_ଶ୍ରୀ-ରାମ_ଫାଉଣ୍ଡେସନ_ତରଫରୁ_ମାସ୍କ_ବଣ୍ଟନ         ନୟାଗଡ: (ଶ୍ରୀକାନ୍ତ କୁମାର ରାଉତ )       ଉଭୟ  ସରକାରଙ୍କ  ନିୟମ ଓ ନିର୍ଦ୍ଦେଶକୁ ଆଖି ଆଗରେ ରଖି  ନିମାଣୀ ଜୟ ଶ୍ରୀ ରାମ ଫାଉଣ୍ଡେସନ ଓଡିଶା ଜିଲ୍ଲା ଅଫିସରଙ୍କ  ସହ ଆଲୋଚନା କରି  ଭାପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହଯୋଗ କ୍ରମେ ସାମାଜିକ ଦୂରତା ରକ୍ଷାକରି ନିମାଣୀ ସ୍ୱାସ୍ଥ୍ୟ ଓ ଆରୋଗ୍ଯ କେନ୍ଦ୍ର ଠାରେ ଜନସଚେତନତା ଆଣିବା ଉଦେଶ୍ୟରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ  ବ୍ଲକ ସ୍ୱାସ୍ଥ୍ୟ ଅଧିକାରୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଆଇ,ସିୟୁ ଅଧିକାରୀ, ଜନସ୍ୱାସ୍ଥ୍ୟ ଅଧିକାରୀ, ଅଗଂନବାଡି କର୍ମୀ ଓ ପଞ୍ଚାୟତ ସ୍ତରୀୟ ସଭାପତିଙ୍କୁ ନେଇ   ଆମେ ବଞ୍ଚିବା ଓ ଅନ୍ୟ ମାନଙ୍କୁ ବଞ୍ଚାଇ ବାର ଏହି କାର୍ଯ୍ୟକ୍ରମ କରାଯାଇଥିଲା ।ପ୍ରାରମ୍ଭ ଆଲୋଚନା ରେ ଭାପୁର  ବ୍ଲକ  ଗୋଷ୍ଠୀ ଉନ୍ନୟନ ଅଧିକାରୀ ସତ୍ୟସୁନ୍ଦର ରାଉତ ନିମାଣୀ ଗ୍ରାମ ପଞ୍ଚାୟତ ସହିତ ବ୍ଲକ ର ଅନ୍ୟ ସମସ୍ତ ଗ୍ରାମ ପଞ୍ଚାୟତ ର ଗ୍ରାମ ଗୁଡିକ ର କୁଅ,ପୋଖରୀ ରେ ବ୍ଲିଚିଗଂ ପକାଇବା ସହ ଗ୍ରାମ ଦାଣ୍ଡ ସବୁ ପରିଷ୍କାର ପରିଛନ୍ନ ରଖିବା ପାଇଁ  ଜନସାଧାରଣଙ୍କୁ ବାର୍ତ୍ତା ଦେଇ ଥିଲେ l କରୋନା ମହାମାରୀ କିଭଳି ଭାବେ ଦୁରେଇ ରହିବା  ସଚେତନ କରିବା ସହ ମାସ୍କ ବାଣ୍ଟିଥିଲେ l ଜୟ  ଶ୍ରୀ ରାମ ଫାଉଣ୍ଡେସନ ଓଡିଶା ତରଫରୁ ସାମ୍ବାଦିକ ଦେବୀପ୍ରସାଦ ମିଶ୍ର କିଭଳି କୋଭିଡ-19 ର ମୁକାବିଲା କରିପାରିବl  ସେଇ ପରିପ୍ରେକ୍ଷୀରେ   ବାଧ୍ୟତା ମୂଳକ ମାସ୍କ ପିନ୍ଧିବା  ନିୟମକୁ   ପାଳନ କରିବା ନିମନ୍ତେ  ସମସ୍ତଙ୍କୁ ଅନୁରୋଧ  କରାଇଥିଲେ l