କରୋନା ପାଇଁ ଯାଜପୁର ଜିଲ୍ଲାରେ ଲାଗୁହେଲା କଟକଣା

କରୋନା ପାଇଁ ଯାଜପୁର ଜିଲ୍ଲାରେ ଲାଗୁହେଲା କଟକଣା

ଓଡିଶା ଜିଲ୍ଲା ଯାଜପୁର

#କରୋନା_ପାଇଁ_ଯାଜପୁର_ଜିଲ୍ଲାରେ_ଲାଗୁହେଲା_କଟକଣା  : ( ବିଶ୍ବଜିତ ରଣା ) ଯାଜପୁର :  ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏପରିକି ଜନୈକ ବରିଷ୍ଠ ପ୍ରଶାସନିକ ଅଧିକାରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏପରି ସ୍ଥିତିରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପାଇଁ ଜୁଲାଇ ୧ ତାରିଖ ଠାରୁ କେବଳ ସକାଳ ୬ଟା ଠାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ ବୋଲି ଜିଲ୍ଲାପାଳ ରଞ୍ଜନ କୁମାର ଦାଶ ସୂଚନା ଦେଇଛନ୍ତି । ଓଡ଼ିଶା ମହାମାରୀ ଆଇନ ୧୮୯୭ର ଧାରା ୨,୩ ଓ ୪ ଓ ଓଡ଼ିଶା କୋଭିଡ଼୍-୧୯ ନିୟମାବଳୀ ୨୦-୨୦ ଆଧାରରେ ଯାଜପୁର ଜିଲ୍ଲାରେ କରୋନାର ଭୟବହତାକୁ ଦୃଷ୍ଟିରେ ରଖି ଓ ବିଗତ ତିନି ଦିନରେ ୧୦୦ରୁ ଉଦ୍ଧ୍ୱର୍ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାରୁ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷ । ନିମନ୍ତେ ଜିଲ୍ଲାପାଳ ଏପରି ନିର୍ଦ୍ଦେଶନାମା ଜାରୀ କରିଛନ୍ତି । ଜିଲ୍ଲାପାଳଙ୍କ ପରବର୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ କଟକଣା ବଳବତର ରହିବ । ଏହା ବ୍ୟତୀତ ଜୁଲାଇ ମାସର ଶେଷ ପର୍ଯ୍ୟନ୍ତ ପୂର୍ବପରି ଶନିବାର ଓ ରବିବାର ସଟ୍ ଡାଉନ୍ ବଳବତର ରହିବ ।